କଟକ: ସାରା ରାଜ୍ୟରେ ମାଇକ୍ରୋ ସ୍ଥରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଟର ଦୁର୍ଘଟଣା ଜନିତ ମାମଲାର ଶୁଣାଣି କରାଯାଇଥିଲା ।
![କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବିଭିନ୍ନ ଇନସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-ctc-narayan-microloladalat-avo-7204486_13072020205704_1307f_1594654024_387.jpg)
![କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବିଭିନ୍ନ ଇନସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-ctc-narayan-microloladalat-avo-7204486_13072020205704_1307f_1594654024_894.jpg)
![କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବିଭିନ୍ନ ଇନସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-ctc-narayan-microloladalat-avo-7204486_13072020205704_1307f_1594654024_603.jpg)
କୋଭିଡ ନିୟମ ଅନୁଯାୟୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାରୁ ମୋଟ 3123ଟି ମାମଲା ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୫୫୮ଟି ମାମଲା ଫଇସଲା ହୋଇ ୨୮ କୋଟି ୪୧ ଲକ୍ଷ ୩୨ ହଜାର ୩୧୬ ଟଙ୍କାର କ୍ଷତି ପୂରଣ ରାଶି ପ୍ରଦାନ କରିବାକୁ ବିଭିନ୍ନ ଇନସୁରାନ୍ସ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
![କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ବିଭିନ୍ନ ଇନସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-ctc-narayan-microloladalat-avo-7204486_13072020205704_1307f_1594654024_689.jpg)
କଟକରୁ ନାରାୟଣ ସାହୁ, ଇଟିଭି ଭାରତ