ETV Bharat / state

ସି.ଏମ.ସି ଗସ୍ତ କରି କାର୍ଯ୍ୟ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ - cuttack municipal corporation

ସି.ଏମ.ସିର ପୁରୁଣା କୋଠା ଓ ନୂତନ ବିଜୁଭବନର ପ୍ରତିଟି ବିଭାଗକୁ ଗସ୍ତ କରିଥିଲେ ମନ୍ତ୍ରୀ । ସି.ଏମ.ସି ଗସ୍ତ କରି କାର୍ଯ୍ୟ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 17, 2019, 8:08 AM IST

କଟକ: ଜିଲ୍ଲା ମହାନଗର ନିଗମ କାର୍ଯ୍ୟାଳୟକୁ ସୋମବାର ହଠାତ ଗସ୍ତ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସି.ଏମ.ସିର ପୁରୁଣା କୋଠା ଓ ନୁତନ ବିଜୁଭବନର ପ୍ରତିଟି ବିଭାଗକୁ ଗସ୍ତ କରିଥିଲେ ମନ୍ତ୍ରୀ । ଏହାପରେ ସି.ଏମ.ସିର କମିଶନର ଓ ଅନ୍ୟାନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତେବେ ସି.ଏମ.ସିକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଆଗକୁ ଦଶହରା ଆସୁଥିବାରୁ ସହରର ରାସ୍ତା ଘାଟ ଓ ଷ୍ଟ୍ରିଟ ଲାଇଟର ମରାମତି ବାବଦରେ ମଧ୍ୟ ସମୀକ୍ଷା କରିଥିଲେ । ଯାହା କିଛି ଅଳ୍ପେ ବହୁତେ କାମ ରହିଛି ସେ ସବୁକୁ ଦଶହରା ମଧ୍ୟରେ ଶେଷ କରିବା ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରତାପ ଜେନା । ସି.ଏମ.ସିରେ ବ୍ୟବହୃତ ହେଉଥିବା ସମସ୍ତ ରେକର୍ଡ ପତ୍ର ଡିଜିଟାଲ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରତାପ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.