କଟକ: ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ମରାମତି ମାମଲାରେ ହାଇକୋର୍ଟରେ ଆଜି ହାଜର ହୋଇଥିଲେ ଏଏସଆଇ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଉଭୟେ।
ଶ୍ରୀମନ୍ଦିରର ନାଟ ମଣ୍ଡପ ଓ କୋଣାର୍କର କାମ ଆସନ୍ତା ୪ ମାସ ମଧ୍ୟରେ ଶେଷ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।ଆମିସ୍କକ୍ୟୁରୀଙ୍କ ସହ ସମନ୍ବୟ ରଖି ଏହି କାମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ