ETV Bharat / state

ପୁଣି ମହାନଦୀରେ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ଫୋନ ଲଗାଅ କହି ଡେଇଁ ପଡିଲେ ମହିଳା

author img

By ETV Bharat Odisha Team

Published : Sep 28, 2023, 3:53 PM IST

Updated : Sep 28, 2023, 4:24 PM IST

ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁଲେ ମହିଳା । ସ୍ବାମୀଙ୍କୁ ଫୋନ ଲଗାଅ କହି ଡେଇଁ ପଡିଥିବା ସୂଚନା । ଅଧିକ ପଢନ୍ତୁ

woman jumps into Mahanadi
woman jumps into Mahanadi
ପୁଣି ମହାନଦୀରେ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ଫୋନ ଲଗାଅ କହି ଡେଇଁ ପଡିଲେ ମହିଳା

କଟକ: ମହାନଦୀକୁ ଡେଇଁ ପଡିଲେ କଟକ ଚୌଦ୍ବାର ଅଞ୍ଚଳର ଜଣେ ମହିଳା । ଯୋବ୍ରା ବ୍ୟାରିକେଟରେ ମହିଳା ଜଣକ ଡେଇଁପଡିଥିବା ଦେଖିବାକୁ ମିଳିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ମହିଳା ଜଣକ ନଦୀକୁ ଡେଇଁପଡିଲେ ଯଦିଓ ତାହାର କାରଣ ଜଣା ପଡିନାହିଁ, ତଥାପି ପାରିବାରିକ କଳହରୁ ନଦୀକୁ ଡେଇଁ ପଡିଥିବା କୁହାଯାଉଛି । ତେବେ ଜଣେ ସ୍ଥାନୀୟ ବ୍ୟକ୍ତି ମହିଳା ଜଣକଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ।

ପ୍ରଥମେ ସ୍ଥାନୀୟ ଜଣେ ବ୍ୟକ୍ତି ମହିଳାଙ୍କୁ ଉଦ୍ଧାର କରିବା ଲାଗି ପାଣିକୁ ଡେଇଁଥିବା ବେଳେ ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଉଦ୍ଧାରକାରୀ ଟିମ ପହଞ୍ଚି ରଶି ଏବଂ ସିଡି ସାହାଯ୍ୟରେ ନଦୀରୁ ମହିଳାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲେ । ସେଠାରେ ଦାୟିତ୍ବରେ ଥିବା ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ସୂଚନା ମୁତାବକ ଯୁବତୀ ଜଣକ ଚୌଦ୍ବାର ଅଞ୍ଚଳର ଅଧିବାସୀ ।

ଏହା ବି ପଢନ୍ତୁ- ମହାନଦୀରକୁ ଡେଇଁ ପୁଣି ଜଣେ ଯୁବତୀ ନିଖୋଜ

ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ମହିଳା ଜଣକ ପ୍ରଥମେ ଯୋବ୍ରା ବ୍ୟାରେଜ ନିକଟରେ ପହଞ୍ଚି ପୋଲିସ କର୍ମଚାରୀଙ୍କୁ ଫୋନ ମାଗିଥିଲେ । ନିଜର ସ୍ବାମୀଙ୍କ ନମ୍ବର ଦେଇ ଏହି ନମ୍ବରରେ କଲ କରିବାକୁ ମହିଳା ଜଣକ କହିଥିଲେ । ସ୍ବାମୀ ଫୋନ ରିସିଭ ନ କରିବାରୁ ସେ ହଠାତ ବ୍ୟାରେଜରୁ ନଦୀକୁ ଡେଇଁ ପଡ଼ିଥିଲେ । ସମ୍ପୃକ୍ତ ଯୁବତୀଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ତେବେ ପାରିବାରିକ କଳହରୁ ମହିଳା ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା କୁହାଯାଉଛି ।

ସୂଚନା ଥାଉ କି ଗତ 14 ତାରିଖରେ ଜଣେ ଯୁବତୀ ମହାନଦୀକୁ ଡେଇଁ ପଡ଼ିଥିଲେ । ଯୁବତୀ ଜଣକ ସମ୍ବଲପୁର କଚେରି ଛକ ନିକଟସ୍ଥ ଚାଉଁରପୁର ମହାନଦୀ ଦ୍ଵିତୀୟ ବ୍ରିଜ୍‌ ଉପରୁ ଡେଇଁ ପଡିଥିଲେ । ଏହାର ୨ ଦିନ ଆଗରୁ ଜଣେ ବୃଦ୍ଧ ବ୍ୟକ୍ତି ସେଲ୍ଫି ନେବା ବେଳେ ମହାନଦୀରେ ଖସି ପଡ଼ିଥିବା ବେଳେ 14 ତାରିଖ ସକାଳ 11.30 ସମୟରେ ମହାନଦୀର ଚାଉଁରପୁର ବ୍ରିଜ୍‌ ଉପରୁ ଯୁବତୀ ଜଣକ ମହାନଦୀର ଅକାତକାତ ପାଣିକୁ ଡେଇଁ ପଡିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଯୁବତୀ ଜଣକ ଅଚାନକ ଆସି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଇଟିଭି ଭାରତ, କଟକ

Last Updated : Sep 28, 2023, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.