ETV Bharat / state

ବୁଣାକାରଙ୍କ ପାଇଁ ଖୁସିଖବର, ସିଲ୍କ ସୂତା ଉତ୍ପାଦନର ଭିତ୍ତିପ୍ରସ୍ତର ସ୍ଥାପନ

author img

By

Published : Oct 3, 2020, 7:39 PM IST

Updated : Oct 3, 2020, 8:28 PM IST

ଓଡ଼ିଆ ଶ୍ରମିକଙ୍କ ବାହାର ରାଜ୍ୟକୁ ଏପରି ପଳାୟନ ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ କେନ୍ଦ୍ର ସରକାରଙ୍କ ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ରୋଜଗାରର ଭିତ୍ତିଭୂମି ତିଆରି ପାଇଁ ଆରମ୍ଭ ହୋଇଛି ପ୍ରୟାସ ।

Union MSME minister pratap sarangi Laid the Foundation Stone for Tassar Silk Production Centre at Chowdwar
ଆଉ ବାହାର ରାଜ୍ୟକୁ ଯିବେନି ଓଡିଆ ଶ୍ରମିକ !

କଟକ: ଖଦି ଓ ଗ୍ରାମ ଉଦ୍ୟୋଗ କମିଶନ ମାଧ୍ୟମରେ ରାଜ୍ୟର ଗ୍ରାମାଞ୍ଚଳରେ ରୋଜଗାରର ଭିତ୍ତିଭୂମି ତିଆରି ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଆ ଶ୍ରମିକଙ୍କ ବାହାର ରାଜ୍ୟକୁ ଏପରି ପଳାୟନ ଉପରେ ପୂର୍ଣ୍ଣଛେଦ ପକାଇବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଗ୍ରାମାଞ୍ଚଳରେ ରୋଜଗାର ଭିତ୍ତିଭୂମି ପାଇଁ ପ୍ରୟାସ ଆରମ୍ଭ

ଗ୍ରାମାଞ୍ଚଳରେ କ୍ଷୁଦ୍ର ଓ ଅଣୁ ଶିଳ୍ପର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ସିଲ୍କ ସୂତା ସମେତ ଆଠଗଡ଼ ସବଡିଭିଜନର ନୂଆପାଟଣାରେ ବୁଣାକାର ମାନଙ୍କୁ ଆଧୁନିକ ଚରଖା ମେସିନ, ସିଲେଇ ମେସିନ ଭଳି ସହାୟତା ଯୋଗାଇ ଦିଆଯାଇଛି। ସେହିପରି ଗତିରାଉତ ପାଟଣା ସରସ୍ବତୀ ଶିଶୁ ମନ୍ଦିରରେ ମହୁମାଛି ପାଳନକରି ମହୁଉତ୍ପାଦନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଏହା ଶ୍ରମିକମାନଙ୍କୁ ରୋଜଗାରକ୍ଷମ କରାଇବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଚୌଦାର କଜଳକଣାରେ ସିଲ୍କ ସୂତା ଉତ୍ପାଦନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଆଗାମୀ ଚାରି ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରହିଛି। ଏହାସହ ନୂଆପଟଣାରେ ବୁଣାକାର ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧାକେନ୍ଦ୍ର, ସିଲେଇ ମେସିନ, ଓ ଯନ୍ତ୍ର ଚାଳିତ ଚରଖା ଆଦିର ସୁବିଧା କରାଯାଇଛି । ସେହିପରି ଗ୍ରାମାଞ୍ଚଳରେ ମହୁ ଉତ୍ପାଦନକୁ ଗୁରୁତ୍ବ ଦେଇ ମହୁମାଛି ପ୍ରକଳ୍ପର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ନୂଆପଟଣା ବୁଣାକାର ମାନଙ୍କ ସୁବିଧା ପାଇଁ ପ୍ରାୟ ଅଢେଇକୋଟି ଟଙ୍କାର ବିଭିନ୍ନ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିବା ଖଦି ଗ୍ରାମୋଦ୍ୟଗ ଆୟୋଗ ପକ୍ଷରୁ ସୂଚନା ମିଳିଛି । ଏହି ପଦକ୍ଷେପ ସମ୍ପୃକ୍ତ ଅଞ୍ଚଳର ପ୍ରାୟ ୩ ଶହ ନୂଆ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିଛି।

ଚୌଦାର କଜଳକଣାରେ ଏହି ସିଲ୍କ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହେବାପରେ, ମାଣିଆବନ୍ଧ, ନୂଆପାଟଣା, ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଲାଭବାନ ହେବେ ବୋଲି ସ୍ଥାନୀୟ ବୁଣାକାର ମାନେ କହିଛନ୍ତି।

ଓଡ଼ିଶାରେ ୬୬ଟି ୟୁନିଟରେ ବାର୍ଷିକ ୧୩ କୋଟି ଟଙ୍କାର ସିଲ୍କ ଉତ୍ପାଦିତ ହେଉଛି। ଚୌଦାର କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ମୋଟ ବାର୍ଷିକ ୪୦ ରୁ ୫୦ କୋଟି ସିଲ୍କ ଉତ୍ପାଦିତ ହୋଇପାରିବ ବୋଲି ଆକଳନ କରାଯାଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 3, 2020, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.