ETV Bharat / state

ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର - ଅଶୋକ ପଣ୍ଡାଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶ୍ରେୟ ନେବା ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଜୋର ଧରିଛି ରାଜନୀତି । ଆଜି ଏକ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ନେଇ ମନ୍ତବ୍ୟ ରଖିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଏହାର ଜବାବ ଦେବା ସହ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର
ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର
author img

By

Published : Jan 8, 2023, 8:32 PM IST

ବିଜ୍ଞାପନରେ କେବଳ ମୋଦିଙ୍କ ଫଟୋ ଥିବା ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

କଟକ: ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ବିମାନ ଚଳାଚଳ ନେଇ ଶ୍ରେୟ ରାଜନୀତି ପ୍ରସଙ୍ଗ ଥମିବାର ନାଁ ନେଉ ନାହିଁ । ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବିଜ୍ଞାପନ ରାଜନୀତି ଜୋର ଧରିଛି । ଆଜି ଏକ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ନେଇ ମନ୍ତବ୍ୟ ରଖିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଥିଲେ ଯଦି ବିଶାଳ ହୃଦୟ ଥାଆନ୍ତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଲିଙ୍ଗରାଜ ମନ୍ଦିର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌ର ଫଟୋ କାହିଁକି ଦେଲେନି । ତେବେ ଏନେଇ ପ୍ରତିକ୍ରିୟା ରଖିବା ସହିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଭୁବନେଶ୍ୱରରୁ ରାଉରକେଲା ବିମାନସେବା ଶୁଭାରମ୍ଭ ହୋଇଛି । ହେଲେ ବିମାନସେବା ଉଦ୍‌ଘାଟନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନଥିଲା । ଯାହାକୁ ନେଇ ଏବେ ରାଜନୀତି ଜୋରଦାର ହୋଇଛି । ଘଟଣାକୁ ନେଇ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ସାମାନ୍ୟତମ ଶାଳିନତା ଭୁଲିଯାଇଥିବା କହିଛନ୍ତି ବିଜେପି ନେତା । ଏହାପରେ ଆଜି ଏକ ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହା ଉପରେ ମନ୍ତବ୍ୟ ରଖିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଥିଲେ, "ଯଦି ସେମାନଙ୍କର ବିଶାଳ ହୃଦୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ଲିଙ୍ଗରାଜ ମନ୍ଦିର, ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫଟୋ କାହିଁକି ଦେଲେନି। ପୁଣି କେମିତି କହୁଛନ୍ତି ପର୍ଯ୍ୟଟନ ବିକାଶ କଥା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ହୀନମାନ୍ୟତା କହିବା ପରେ ମୁଁ ଉତ୍ତର ରଖିବାକୁ ଚାହିଁଥିଲି । ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମୋତେ ମାଇକ ଦେବାକୁ ମନାକଲେ । କୁଆଡେ ଗଲା ତାଙ୍କ ୫୬ ଇଞ୍ଚ୍‌ର ବିଶାଳ ହୃଦୟ ?" ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ହୀନମାନ୍ୟତା ମନ୍ତବ୍ୟକୁ ଦୃଢ଼ ଭାଷାରେ ନିନ୍ଦା କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଏନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ନିଶ୍ଚିତକୋଇଲି ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମ ଅବସରରେ ଏନେଇ ମତ ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, "ରାଉରକେଲା ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ବାକି ପୁରା ବିମାନ ବନ୍ଦର ଯୋଜନାଟି କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅର୍ଥରେ ନିର୍ମିତ ହୋଇଛି । ସେଥିପାଇଁ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଲା ।" ମୁଖ୍ୟମନ୍ତ୍ରୀଙ୍କ ଫଟୋ ବିଜ୍ଞାପନରେ କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜିବାରେ ଧୁରନ୍ଧର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.