ETV Bharat / state

ଚୌଦ୍ବାର ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ - ବିଚାରଧୀନ କଏଦୀ

ଜେଲ ଭିତରେ ବିଚାରଧୀନ କଏଦୀର ମୃତ୍ୟୁ । ଜେଲ କର୍ତ୍ତୃପକ୍ଷ ଆତ୍ମହତ୍ୟା କହିଛନ୍ତି । ମୃତର ଜଣଙ୍କ ଏକ ହତ୍ୟା ଅଭିଯୋଗରେ ବିଚାରଧୀନ ଥିଲେ । ଅଧିକ ପଢନ୍ତୁ..

Undertrial  Prisoner Dies At Choudwar Jail
ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କୁ ମୃତ୍ୟୁ
author img

By

Published : Apr 28, 2020, 7:37 PM IST

କଟକ: ମଙ୍ଗଳବାର ଚୌଦ୍ୱାର ସର୍କଲ ଜେଲରେ ଜଣେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ପ୍ରସନ୍ନପୁର ଗ୍ରାମର ବଳରାମ ସ୍ୱାଇଁ ।

ତେବେ ବଳରାମ ଜେଲ ଭିତରେ ନିଜ ଗାମୁଛା ବେକରେ ବାନ୍ଧି ପାଇଖାନା ମଧ୍ୟରେ ଆତ୍ମହତ୍ୟା କରିଥିବା ଜେଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆତ୍ମହତ୍ୟା କରିଥିବା ଖବର ପାଇ ଜେଲ କର୍ତ୍ତୃପକ୍ଷ ବଳରାମଙ୍କୁ ଉଦ୍ଧର କରି କଟକ ବଡ଼ମେଡିକଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ବଳରାମ ଏକ ହତ୍ୟା ଅଭିଯୁକ୍ତ ଭାବେ ଜଗତସିଂହପୁର ଆଳି ପିଙ୍ଗଳ ଜେଲରେ ବିଚାରଧୀନ କଏଦୀ ଭାବେ ରହୁଥିଲେ । ସେଠାରେ ତାଙ୍କର ମାନସିକ ସମସ୍ୟା ଦେଖାଦେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଗତ ମାର୍ଚ୍ଚ ୮ତାରିଖରେ ଚୌଦ୍ୱାର ଜେଲକୁ ଅଣାଯାଇ କଟକ ବଡ ମେଡିକାଲ ମାନସିକ ୱାର୍ଡ ରେ ଚିକିତ୍ସିତ କରାଯାଉଥିଲେ। ଜେଲ କତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ଘଟଣା କହୁଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.