ETV Bharat / state

ଶାଢୀ ପିନ୍ଧି ବଡ ମେଡିକାଲରୁ ଫେରାର୍ ମାରିଲା କଏଦୀ

author img

By

Published : Jun 2, 2023, 12:24 PM IST

Updated : Jun 2, 2023, 1:43 PM IST

ମହିଳା ବେଶରେ ଏସସିବି ମେଡିକାଲରୁ ଚମ୍ପଟ ମାରିଲା ବିଚାରାଧିନ କଏଦୀ । ଚୋରି ମାମଲାରେ ଗିରଫ ହୋଇଥିଲା । ଅଧିକ ପଢନ୍ତୁ

ବଡ ମେଡିକାଲରୁ ଫେରାର୍ ମାରିଲା କଏଦୀ
ବଡ ମେଡିକାଲରୁ ଫେରାର୍ ମାରିଲା କଏଦୀ

ମେଡିକାଲରୁ ଚମ୍ପଟ ମାରିଲା ବିଚାରାଧିନ କଏଦୀ

କଟକ: ପୋଲିସକୁ ଚକମା ଦେଲା କଏଦୀ । ପୋଲିସ ଆଖିରେ ଧୂଳି ଦେଇ ମହିଳା ବେଶରେ ମେଡିକାଲରୁ ଛୁ' ମାରିଲା । ଆଜି ଏପରି ଘଟଣା ଘଟିଛି କଟକ ବଡ ମେଡିକାଲରେ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରଧୀନ କଏଦୀ ବାଥରୁମ ଯିବା ନାଁରେ ଶାଢୀ ପିନ୍ଧି ଫେରାର୍ ହୋଇଯାଇଛି । କଏଦୀ ଜଣକ ହେଲା ଜଗତସିଂହପୁର ନାଉଗାଁର ସଜନ ଦାସ । ଚୋରି ମାମଲାରେ ନିଆଳି ପୋଲିସ ଦ୍ବାରା ଗିରଫ ହୋଇ ଚୌଦ୍ବାର ଜେଲରେ ଥିଲା ।

ସୂଚନା ମୁତାବକ, ଗତ ୨୭ ତାରିଖ ଦିନ ନିଆଳି ଥାନା ଦ୍ବିପାଞ୍ଚଳ ସ୍ଥିତ ବଢିଆସାହି ଗ୍ରାମରେ ଚୋରି ବେଳେ ସଜନକୁ ସ୍ଥାନୀୟ ଲୋକେ କାବୁ କରି ନିଆଳି ପୋଲିସର ଜିମା ଦେଇଥିଲେ । ଅଭିଯୁକ୍ତ ନିକଟରୁ କିଛି ଟଙ୍କା ଓ ମୋବାଇଲ ଜବତ କରାଯାଇଥିଲା । ଏହାପରେ ନିଆଳି ପୋଲିସ ୨୦୦/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସଜନ ଦାସକୁ ଗିରଫ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତ ଚୌଦ୍ବାର ଜେଲ୍ ଯାଇଥିଲା ।

ଜେଲରେ ଥିବା ସମୟରେ ଦେହ ଅସୁସ୍ଥ ହେବାରୁ ସଜନ ଦାସଙ୍କୁ ଚୌଦ୍ବାର ଜେଲ୍ କର୍ତ୍ତୃପକ୍ଷ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତାକୁ ଜଗିବା ପାଇଁ ୬ ଜଣ ଓ୍ବାର୍ଡ ନିୟୋଜିତ ହୋଇଥିଲେ । ହେଲେ ଆଜି କଏଦୀ ଜଣକ ବାଥରୁମ ଯିବାକୁ କହି ନିଜର ବେଶ ବଦଳାଇ ଓଲ୍ଡ ମେଡିସିନ ଓ୍ବାର୍ଡରୁ ଚମ୍ପଟ ମାରିଛି । ପୋଲିସ ଯେମିତି ତାକୁ ନ ଚିହ୍ନିପାରିବ ସେଥିପାଇଁ ସେ ଶାଢୀ ପିନ୍ଧି ମହିଳାଙ୍କ ବେଶରେ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏନେଇ ଜେଲ୍ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତାକୁ ଧରିବାକୁ ଚାରିଆଡେ ଖୋଜାଖୋଜି ଚଳାଇଛି ।

ଏହି ଘଟଣାରେ କଟକ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଡିସିପି କହିଛନ୍ତି ଯେ, ଖୁବଶୀଘ୍ର ତାକୁ ଗିରଫ କରିବୁ । ଯଦି କଏଦୀ ଏସସିବିରେ ଥିଲାବେଳେ ଅଧିକ ସୁରକ୍ଷା ଆବଶ୍ୟକ ପଡେ ତାହାହେଲେ ଜେଲ୍ କର୍ତ୍ତୃପକ୍ଷ କମିସନରେଟ ପୋଲିସକୁ ଜଣାଇପାରିବେ | ଆବଶ୍ୟକ ପଡିଲେ ଆମେ ଅଧିକ ସୁରକ୍ଷା ଯୋଗାଇ ଦେଇପାରିବୁ । ବର୍ତ୍ତମାନ ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ତେବେ ଏସସିବିରେ ପ୍ରବଳ ଗହଳି ଥିବାରୁ ଫୁଟେଜରୁ କଏଦୀ ସମ୍ପର୍କରେ ଜଣାପଡିବା ସେତେ ସହଜ ନୁହେଁ ।

ଇଟିଭି ଭାରତ, କଟକ

Last Updated : Jun 2, 2023, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.