ETV Bharat / state

ଚେସ କ୍ରୀଡାର ବିକାଶ ଉପରେ ନଜର, ଆରମ୍ଭ ହେଲା 9 ବର୍ଷରୁ କମ ଓପନ ଚେସ୍‌ ଚମ୍ପିଆନସିପ - ଚେସ ଚମ୍ପିଆନସିପ

ବାରବାଟୀ ଷ୍ଟାଡିୟମରେ 9 ବର୍ଷରୁ କମ ଓପନ ଚେସ ଚମ୍ପିଆନସିପ ଆରମ୍ଭ । ଅଧିକ ପଢନ୍ତୁ

Under 9 Chess Championship starts
Under 9 Chess Championship starts
author img

By

Published : Aug 8, 2023, 8:58 AM IST

9 ବର୍ଷରୁ କମ ଓପନ ଚେସ ଚମ୍ପିଆନସିପ୍‌

କଟକ: ରାଜ୍ୟରେ ଚେଷ କ୍ରୀଡାର ବିକାଶ ନେଇ ଅଣ୍ଟା ଭିଡିଲେ ରାଜ୍ୟ ସରାକର । ବାରବାଟୀ ଷ୍ଟାଡିୟମ ହର୍ସ ଗେଟ ପରିସରରେ ଆରମ୍ଭ ହୋଇଯାଇଛି ଅଲ ଓଡିଶା 9 ବର୍ଷରୁ କମ ଓପନ ଚେସ ଚମ୍ପିଆନସିପ। ଏହି ଦୁଇ ଦିନିଆ ଚମ୍ପିଆନସିପରେ ଓଡିଶାରୁ 165 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କ ମଧ୍ଯରେ ସାତ ରାଉଣ୍ଡ ପ୍ରତିଦ୍ବନ୍ଦିତା ହେବା ପରେ ଶ୍ରେଷ୍ଠ ଖେଳାଳି ବଛା ଯିବ। ଏଥିରୁ ଶ୍ରେଷ୍ଠ ଦୁଇ ବାଳକ ଓ ବାଳିକା ଝାଡ଼ଖଣ୍ଡରେ ହେବାକୁ ଥିବା ଆଗାମୀ ଜାତୀୟ ଚମ୍ପିଆନସିପରେ ଓଡିଶାର ପ୍ରତିନିଧିତ୍ବ କରିବେ।

ତେବେ ଓପନ ମୁକାବିଲାରେ 120 ରୁ ଉର୍ଦ୍ଧ୍ବ ଖେଳାଳି ରହିଥିଲା ବେଳେ ଅନ୍ୟାନ୍ୟ ଖେଳାଳି ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ। ରାଜ୍ୟରେ ଚେସ ଖେଳର ଲୋକପ୍ରିୟତାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ରାଜ୍ୟ କ୍ରୀଡା ବିଭାଗର ଅଧୀନରେ ଆଗକୁ ଅନେକ ଚେସର ମେଗା ମୁକାବିଲା ଖେଳାଯିବ ବୋଲି ରାଜ୍ୟ ସଂଘ ପକ୍ଷରୁ କୁହାଯାଇଛି। ତେବେ କଟକରେ ଏହି ପ୍ରତିଯୋଗିତାରେ ଅନେକ ଖେଳାଳି ଭଲ ପଦର୍ଶନ କରୁଛନ୍ତି। ରାଜ୍ୟ ସଂଘ ଭଲ ପ୍ରଶିକ୍ଷଣ ଓ ଦକ୍ଷ କୋଚଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। କାହିଁକି ନା ରାଜ୍ୟରେ ଅନେକ ନାମ କରା ଚେସ ଖେଳାଳି ଆନ୍ତର୍ଜାତିୟ ସ୍ତରରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି । ଯେପରି ପଦ୍ମିନୀ ରାଉତ , ଦେବାଶିଷ ଦାସ ଭଳି ଅଭିଜ୍ଞ ଖେଳାଳି ବର୍ତ୍ତମାନ ରାଜ୍ୟ କ୍ରୀଡା ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତା ଆୟୋଜିତ

ତୃଣମୂଳ ସ୍ତରରୁ ଭଲ ଖେଳାଳି ଚୟନ କରିବା ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ କରଯାଉଛି ବୋଲି ସ୍ପଷ୍ଟ କରିଛି ରାଜ୍ୟ ସଂଘ। ବର୍ତ୍ତମାନ ସମୟରେ ଓଡ଼ିଶା କ୍ରୀଡା ଦିଗରେ ଅନେକ ଆଗକୁ ଯାଇ ସରିଛି । ଏପରି ସ୍ଥଳେ ଚେସ୍‌ ମଧ୍ୟ ଏକ ଲୋକପ୍ରୟ କ୍ରୀଡା । ତେବେ ଏହି କ୍ରୀଡାର ବ୍ୟାପକ ପ୍ରସାର କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆଗାମୀ ଦିନରେ ଓଡିଶା ମଧ୍ୟ ଚେସ ରେ ବିଶ୍ୱ ଦରବାରରେ ନିଜର ପ୍ରତିଷ୍ଠା ପ୍ରତିପାଦିତ କରିବ ବୋଲି ଆଶା ରଖିଛି ରାଜ୍ୟ ଚେସ ସଂଘ । ତେବେ ଆଗମୀ ଦିନରେ ମଧ୍ୟ ଏଭଳି ପ୍ରତିଯୋଗିତାରେ ଅନୁଷ୍ଠିତ ହେବ । ଯାହାଦ୍ୱାରା ପ୍ରତ୍ୟକ ଜିଲ୍ଲାର ପ୍ରତିଭା ମାନେ ଅଂଶ ଗ୍ରହଣ କରି ପାରିବେ ବୋଲି କହିଛନ୍ତି ସଙ୍ଘ କର୍ମକର୍ତ୍ତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.