ETV Bharat / state

ଦୁର୍ଘଟଣା ପରେ ଫାଟିଲା ବାଇକର ପେଟ୍ରୋଲ ଟାଙ୍କି, ଦୁଇ ଯୁବକ ଜୀବନ୍ତ ଦଗ୍ଧ

author img

By

Published : Feb 14, 2023, 10:00 AM IST

Updated : Feb 14, 2023, 10:17 AM IST

କଟକ ପାରାଦୀପ ରାସ୍ତାରେ ଦୁର୍ଘଟଣା । ଦୁର୍ଘଟଣା ପରେ ବାଇକରେ ଲାଗିଲା ନିଆଁ, ଜଳିଗଲେ ଦୁଇ ଯୁବକ । ଅଧିକ ପଢନ୍ତୁ

two youths born after road accident
two youths born after road accident

କଟକ: କନ୍ଦରପୁର ଟୋଲ ଗେଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗାଡିକୁ ଧକ୍କା ଦେବା ପରେ ଫାଟିଲା ବାଇକର ପେଟ୍ରେଲ ଟାଙ୍କି । ନିଆଁ ଲାଗି ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । କଟକ ପାରାଦ୍ୱୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ରାଜେଶ ଦାସ ଓ ଅନ୍ୟ ଜଣଙ୍କ ନାମ ଈଶାନ କୁମାର ସାହୁ । ଉଭୟଙ୍କ ଘର ଜଗତସିଂପୁର ରାହାମା ଅଞ୍ଚଳର ହୋଇଥିବାଲା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଏପରି ଦୁର୍ଘଟଣା ଘଟିଥିଲା। ରାହାମାରୁ ଏକ ବାଇକ ଯୋଗେ ପୁରୀ ଯାଉଥିଲେ ମୃତ ଯୁବକ ରାଜେଶ ଓ ଈଶାନ। ଏହି ସମୟରେ କନ୍ଦରପୁର ଟୋଲ ଗେଟ୍ ଠାରେ ଅନ୍ୟ ଏକ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଥିଲା ଯୁବକଙ୍କ ବାଇ କ। ଏହାପରେ ବାଇକର ପେଟ୍ରୋଲ ଟାଙ୍କି ଫାଟି ନିଆଁ ଲାଗି ଥିଲା । ଫଳରେ ବାଇକ ଜଳିବା ସହ ଦୁଇ ଯୁବକଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଯାଇଥିଲା ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଦୁଇ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଏନେଇ ଅବଗତ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇ ନାହିଁ, କାହାର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ ।

ଏହାପୂର୍ବରୁ ଗତ ରବିବାର ପୁରୀରେ କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ସିରିଜ ଦୁର୍ଘଟଣା ଘଟିଥିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଦୁର୍ଘଟଣାରେ ଏକ ଟ୍ରାଭେରା, ବାଇକ ଏବଂ ଅଟୋ ଚୁରମାର ହୋଇଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ଜଣ ମୃତକଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ହୋଇଥିବା ସୂଚନା ହସ୍ତଗତ ହୋଇଥିଲା । ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତ୍ତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିଲେ । ଏହି ସମୟରେ ପୁରୀ-କୋଣାର୍କ ବେଳାମାର୍ଗରେ ଟ୍ରାଭେରା, ବାଇକ, ଅଟୋ ସିରିଜ ଦୁର୍ଘଟଣା ଘଟିଥିଲା ।

ଇଟିଭି ଭାରତ, କଟକ

Last Updated : Feb 14, 2023, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.