ETV Bharat / state

କଟକରେ ନକଲି ଔଷଧ କାରବାର ମାମଲା, ଆଉ ୨ଜଣଙ୍କୁ ବାନ୍ଧିଲା ପୋଲିସ - cuttack commissionerate police arrest two stockist

କଟକରେ ନକଲି ଔଷଧ କାରବାର (Fake medicine seized in Cuttack) ଘଟଣାରେ ପୁଣି ପୋଲିସକୁ ସଫଳତା । ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ

କଟକରେ ନକଲି ଔଷଧ କାରବାର ମାମଲା
କଟକରେ ନକଲି ଔଷଧ କାରବାର ମାମଲା
author img

By

Published : Oct 26, 2022, 7:14 PM IST

କଟକ: କଟକ ନକଲି ଔଷଧ କାରବାର ମାମଲା (Fake medicine seized in Cuttack)। ଆଉ ଦୁଇଜଣଙ୍କୁ ବାନ୍ଧିଲା କଟକ କମିଶନରେଟ ପୋଲିସ । ନୟାସଡ଼କ ଏବଂ ନିମଚଉଡି ଅଞ୍ଚଳର ଦୁଇ ଷ୍ଟକିଷ୍ଟ ସିବି କୁମାର କୟାଲ ଏବଂ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ଏହି ମାମଲାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ସୂଚନା ।

କଟକରେ ନକଲି ଔଷଧ କାରବାର ମାମଲା

ଏହା ମଧ୍ୟପଢନ୍ତୁ: କଟକରେ ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଚିହ୍ନଟ

ସୂଚନାଅନୁସାରେ, କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସକୁ ସଫଳତା । ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନିକଟରୁ 8 ହାଜର ଷ୍ଟ୍ରିପ ନକଲି ଟେଲମା-40 ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟ ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇସେସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ ।

ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏବଂ ପୋଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟି ଉପରେ ଚଢ଼ାଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇ ଜଣ କେବେ ଠାରୁ ନକଲି ଔଷଧ କାରବାର କରୁଥିଲେ ଅଉ କାହାକୁ କାହାକୁ ଔଷଧ ବିତରଣ କରିଛନ୍ତି ସେସବୁ ତଦନ୍ତ ଚାଲିଛି ଏବଂ ଦୁଇ ଷ୍ଟକିଷ୍ଟଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ପୋଲିସ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ସେପଟେ ନକଲି ଔଷଧ କାରବାର ମାମଲାରେ ପୂର୍ବରୁ କଟକରୁ 50 ଲକ୍ଷ ଟଙ୍କାର ଔଷଧ ଜବତ କରିବା ସହ କଟକରୁ ଦୁଇ ଷ୍ଟକିଷ୍ଟର ମାଲିକ ସଂଜୟ ଜଲାନ ଏବଂ ରାହୁଲ କୟାଲ ଗିରଫ କରିବା ପରେ ଗୟାରୁ ଆଲୋକ ମିଶ୍ରା ଏବଂ ହରିସ କୁମାରକୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଏନେଇ କଟକ ଡିସିପି(Cuttack DCP) କହିଛନ୍ତି, "ଡ୍ରଗ ଇନସପେକ୍ଟରଙ୍କ ଆଦେଶରେ ଦୁଇଟି ମାମଲା ରେଜିଷ୍ଟର ହୋଇଥିଲା । ପୂର୍ବରୁ ୬ଜଣ ଗିରଫ ହୋଇଥିବା ବେଳେ ଆଜି ୨ ଜଣକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ 8 ହାଜର ଷ୍ଟ୍ରିପ ନକଲି ଟେଲମା40 ଔଷଧ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ । ଏହି ଦୁଇ ଷ୍ଟକିଷ୍ଟ ପୂର୍ବରୁ ଗିରଫ ହୋଇଥିବା ଦୁଇଟି ଷ୍ଟକିଷ୍ଟ ଭିଆର ଏଜେନ୍ସି ଏବଂ ପୂଜା ଏଣ୍ଟରପ୍ରାଇସେସ ଠାରୁ ନକଲି ଔଷଧ କିଣି ଛୋଟ ଛୋଟ ଫାର୍ମାକୁ ଔଷଧ ବିତରଣ କରୁଥିଲେ । ତେବେ ନକଲି ଔଷଧ କାରବାର ଘଟଣାରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏବଂ ପୋଲିସ ଜାଣିବା ପରେ ଏହି ଦୁଇଟି ଷ୍ଟକିଷ୍ଟ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଔଷଧ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।" ତେବେ ସବୁଠାରୁ ବଡ଼ କଥାହେଉଛି ପୋଲିସ ଏପର୍ଯ୍ୟନ୍ତ ବି ନକଲି ଔଷଧର ଚେର ଯାଏ ପହଞ୍ଚି ପାରିନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.