ETV Bharat / state

ଠିକାଦାରଙ୍କ ମନମାନି: ନାଳକୁ ଧସିଗଲା ଦୋକାନ, 2 ଲକ୍ଷରୁ ଅଧିକ ଟଙ୍କାର କ୍ଷତି - ନାଳକୁ ଧସିଗଲା ଦୋକାନ

ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଦୋକାନ ଭୁଶୁଡ଼ିବା ଅଭିଯୋଗ ଆଣିଲେ ଦୋକାନୀ । କଟକ ବାଦାମ ବାଡ଼ି ଥାନାରେ ଅଭିଯୋଗ କରିବା ସହ ସିଏମସି ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି । ଅଧିକ ପଢନ୍ତୁ

ନାଳକୁ ଧସିଗଲା ଦୋକାନ
ନାଳକୁ ଧସିଗଲା ଦୋକାନ
author img

By

Published : Jun 11, 2023, 9:38 PM IST

ନାଳକୁ ଧସିଗଲା ଦୋକାନ

କଟକ: ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଭୁଶୁଡ଼ିଲା ଦୋକାନ । ଗତକାଲି(ଶନିବାର) ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ନିକଟରେ ଡ୍ରେନ୍‌ କାମ ଚାଲୁଥିବା ବେଳେ 2ଟି ଦୋକାନ ସହ ଗୋଟିଏ ଘରର ସାମ୍ନା ପଟ ଭୁଶୁଡି ପଡିଥିଲା । ଜେସିବି ମେସିନ ଲଗାଇ ଅତି ଦାୟିତ୍ୱହୀନ କାମ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଦୋକାନ ଘରଟି ଭୁଶୁଡିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଡ୍ରେନରେ ପଡି ନଷ୍ଟ ହେବା ସହ ବଡବଡ ଫ୍ରିଜ ମଧ୍ୟ ନାଳ ଭିତରକୁ ଗଳି ପଡିଥିଲା। ଏନେଇ ବାଦାମବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବ୍ୟବସାୟୀ ବିଜୟ ନାୟକ। ଘଟଣା ନେଇ ମେୟରଙ୍କୁ ଅବଗତ କରାଯିବା ପରେ ସେ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକୀୟ କ୍ଷତିପୂରଣ ବ୍ୟବସ୍ଥା କରାଯିବା ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ ।

ଅଭିଯୋଗ ଅନୁଯାୟୀ, ଏହି ଦୋକାନ ବିଗତ 15ରୁ 20 ବର୍ଷ ଧରି ବାଦାମବାଡ଼ିର ମୁଖ୍ୟ ରାସ୍ତା ପାର୍ଶ୍ଵରେ ରହିଛି । ତେବେ ବର୍ଷା ଦିନ ପୂର୍ବରୁ ତ୍ୱରିତ ଢଙ୍ଗରେ ଡ୍ରେନ କାର୍ଯ୍ୟ ଜାରି ରହିବା ଫଳରେ ଘଟିଛି ଏଭଳି ଅଘଟଣ । ନାଳ କାମ ପାଇଁ ଜେସିବିରେ ଖୋଳିବା ସମୟରେ ହଠାତ ଭୁସୁଡ଼ିଲା ପଡିଥିଲା ଦୋକାନ ଘର । ଏମିତି ଘଟଣା କଟକ ତ୍ରିନାଥ ବଜାର ଅଞ୍ଚଳର ଦେଖିବାକୁ ମିଳିଛି । ଶନିବାର ବିଳମ୍ବିତ ରାତ୍ରରେ ବିବେକାନନ୍ଦ ଲେନ୍ରୁ ସୁମିତ୍ରା ପ୍ଲାଜା ପର୍ଯ୍ୟନ୍ତ ନାଳ କାମ ପାଇଁ ଜେସିବି ଦ୍ଵାରା ଖୋଳା ଚାଲିଥିଲା । ସଚେତନ ହୋଇ ନାଳ ଖୋଲିବା ପାଇଁ ବ୍ୟବସାୟୀ ମଧ୍ୟ ଉକ୍ତ ଠିକାଦାରଙ୍କୁ କହିଥିଲେ। ହେଲେ ଠିକ କିଛି ସମୟ ପରେ ଦୋକାନଟି ସମ୍ପୂର୍ଣ୍ଣ ନାଳକୁ ଆସିଯାଇଥିଲା।

ଏହି ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ମଧ୍ୟ ଠିକାଦାର ଏଥିପ୍ରତି ଭ୍ରୁକ୍ଷେପ ନକରି ଜବରଦସ୍ତ ଖୋଲିବାରେ ଲାଗିଥିଲେ । ଯାହା ଫଳରେ ମାଳତୀ ଷ୍ଟୋରର ସମ୍ମୁଖ ଭାଗ ସଂପୂର୍ଣ୍ଣ ନିର୍ମାଣଧିନ ନାଳ ଭିତରେ ଧସି ଯାଇଥିଲା। ଏଥିରେ ଦୋକାନ ଭିତରେ ଥିବା ଫ୍ରିଜ୍ ଗୁଡ଼ିକ ଓ ଜିନିଷ ପତ୍ର ସବୁ ପଡ଼ି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ମୂଲ୍ୟ ପାଖାପାଖି 2 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ କଟକ ବାଦାମ ବାଡ଼ି ଥାନାରେ ଦୋକାନର ମାଲିକ ବିଜୟ କୁମାର ନାୟକଙ୍କ ପକ୍ଷରୁ ଏତେଲା ଦିଆଯାଇଛି । ଏହି ଦିଗରେ ସିଏମସି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.