ETV Bharat / state

ଆସନ୍ତାକାଲି ଶପଥ ନେବେ ହାଇକୋର୍ଟର ଦୁଇ ବିଚାରପତି

author img

By ETV Bharat Odisha Team

Published : Sep 4, 2023, 3:10 PM IST

ଆସନ୍ତାକାଲି ଶପଥ ନେବେ ନିଯୁକ୍ତି ପାଇଥିବା ହାଇକୋର୍ଟର ଦୁଇ ବିଚାରପତି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ଶପଥ ପାଠ କରାଇବେ । ଅଧିକ ପଢନ୍ତୁ

high court judges to be take oath
high court judges to be take oath

କଟକ: ଆସନ୍ତାକାଲି ଶପଥ ନେବେ ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି । ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିଛି । ହାଇକୋର୍ଟ ନୂଆ କନଫ‌ରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇବେ । ସକାଳ ୧୦ଟାରେ ଶପଥ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଅଗଷ୍ଟ ୧୭ ତାରିଖରେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦୁଇ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ତେବେ ଶିବ ଶଙ୍କର ମିଶ୍ର ଜୟପୁରଠାରେ ୧୯୬୮ ମସିହା ମେ' ୩ରେ ଜନ୍ମଗ୍ରହଣ କରିଥିଲେ । ଜୟପୁର ଆଇନ ମହାବିଦ୍ୟାଳୟରୁ LLB ଡିଗ୍ରୀ ହାସଲ ପରେ ୧୯୯୧ ମସିହାରୁ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ ରହିଛନ୍ତି । ସେହିଭଳି ଭାବେ 1964 ମସିହାରେ ଆନନ୍ଦ ଚନ୍ଦ୍ର ବେହେରା ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି । ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୨ରେ ପହଞ୍ଚିଛି ।

ତେବେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ଯେ, ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିଲେ। ତାଙ୍କର ୩୦ ବର୍ଷର ଆଇନଜୀବୀ ଭାବେ ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ହାଇକୋର୍ଟ ଓ ‌କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ ଭାବେ ମାମଲା ପରିଚାଳନା କରୁଛନ୍ତି। ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ମିଶ୍ର ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ସଂପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ- କଲେଜିୟମଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ମୋହର, ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ହେବେ ଓଡିଶା ହାଇକୋର୍ଟ ବିଚାରପତି

ସେହିଭଳି ଭାବେ ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାରବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେଶାଗତ ଭାବମୂର୍ତ୍ତି ରହିଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ବେହେରା ଉପଯୁକ୍ତ ବୋଲି ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ସମ୍ପର୍କିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା । ଓଡ଼ିଶା ହାଇକୋର୍ଟ କଲେଜିୟମ ଅନ୍ୟ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ନାଁ ଅନୁମୋଦନ ନକରି, ବିଚାରପତି ଭାବେ ନିଯୁକ୍ତି ପାଇଁ ବେହେରାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା ହାଇକୋର୍ଟ କଲେଜିୟମରେ ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଏନେଇ କେତେକ କାରଣ ଦର୍ଶାଯାଇଥିଲା । ହାଇକୋର୍ଟ କଲେଜିୟମ ମତ ସହିତ ସୁପ୍ରିମକୋର୍ଟ କଲେଜିୟମ ସହମତ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.