ETV Bharat / state

ସିଲଭର୍ ସିଟି ପାଇଁ ମୁତୟନ ହେଲେ 2 ବ୍ୟୟ ନିରୀକ୍ଷକ ଅଫିସର - କଟକ

6ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ 2 ବ୍ୟୟ ନିରୀକ୍ଷକ ଅଫିସରଙ୍କୁ ମୁତୟନ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ବ୍ୟୟ ହେଉଛି, ତାହା ଉପରେ ନଜର ରଖିବେ ନିରୀକ୍ଷକ ଅଫିସର । ଏହା ସହିତ ଅବୈଧ ଭାବେ ଖର୍ଚ୍ଚ ହେଉଥିବା ଟଙ୍କାର ପୁଙ୍ଖାନୁପୁଙ୍ଖ ସୂଚନା ମଧ୍ୟ ଇସିଆଇକୁ ପ୍ରଦାନ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Mar 20, 2019, 11:08 PM IST

Updated : Mar 20, 2019, 11:20 PM IST

କଟକ: ସିଲଭର୍ ସିଟି ପାଇଁ ମୁତୟନ ହେଲେ ନିରୀକ୍ଷକ ଅଫିସର । 6ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ 2 ବ୍ୟୟ ନିରୀକ୍ଷକ ଅଫିସରଙ୍କୁ ମୁତୟନ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ବ୍ୟୟ ହେଉଛି, ତାହା ଉପରେ ନଜର ରଖିବେ ନିରୀକ୍ଷକ ଅଫିସର । ଏହା ସହିତ ଅବୈଧ ଭାବେ ଖର୍ଚ୍ଚ ହେଉଥିବା ଟଙ୍କାର ପୁଙ୍ଖାନୁପୁଙ୍ଖ ସୂଚନା ମଧ୍ୟ ଇସିଆଇକୁ ପ୍ରଦାନ କରିବେ ।

ସୂଚନା ଅନୁଯାୟୀ, ଆସନ୍ତା ମାସ 23 ତାରିଖରେ କଟକରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । 6ଟି ନିର୍ବାଚନ ମଣ୍ଡଳୀ ସଦର, ବାଙ୍କୀ, ଚୌଦ୍ୱାର, ଆଠଗଡ଼, ବଡମ୍ବା ନରସିଂହପୁର ଓ ବାରବାଟୀ କଟକରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ତେବେ ଏହି ନିର୍ବାଚନ ସମୟରେ ଦଳୀୟ ଖର୍ଚ୍ଚ ଯେପରି, ପୋଷ୍ଟର, ରାଲି ଏବଂ ବୈଠକରେ ହେଉଥିବା ଖର୍ଚ୍ଚ ଉପରେ ତଦାରଖ କରିବେ ନିରୀକ୍ଷକ ଅଫିସର।

ଏଥିସହ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦିନ ବୁଲି ନଜର ରଖିବେ ଏହି ବ୍ୟୟ ନିରୀକ୍ଷକ ଅଫିସର । ଯଦି କୌଣସି ଆପତ୍ତିଜନକ ପରିସ୍ଥିତି ଉପୁଜୁଛି, ତେବେ ଇସିଆଇ ପକ୍ଷରୁ ଜାରି ହୋଇଥିବା ଆପ୍ ଜରିଆରେ ସବୁ ଅଭିଯୋଗ ପଞ୍ଜିକୃତ କରିବେ ।

ଏହାଛଡା ଚଳିତ ବର୍ଷ ନିର୍ବାଚନରେ ନିଆଳି, ବାରବାଟୀ ଓ ସାଲେପୁର ନିର୍ବାଚନ ମଣ୍ଡଳୀକୁ ସମ୍ବେଦନଶୀଳ ରଣାଙ୍ଗନ ଘୋଷଣା କରିଛନ୍ତି ଜିଲାପାଳ । ଏହାସହିତ 350 ବୁଥରେ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ଓ ଫ୍ଲାଇଙ୍ଗ୍ ସ୍କ୍ବାର୍ଡ ମଧ୍ୟ ଉପସ୍ଥିତ ରହିବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ରେ ଆଜି ସେକ୍ଟର-13 ରେ ବିଶ୍ୱ ପଖାଳ ଦିବସ ପାଳନ ହୋଇ ଯାଇଛି। ସ୍ବଦେଶୀ ଜାଗରଣ ମଞ୍ଚ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁତ ସଂଖ୍ୟା ରେ ମହିଳା ମାନେ ମଧ୍ୟ ଭାଗ ନେଇଥିଲେ। ବିଶେଷ ଭାବରେ ଆଜି ପଖାଳ ସାମୁହିକ ଭାବରେ ସମସ୍ତେ ଖାଇ ଥିଲେ।

Body:ବିଶ୍ବ ପଖାଳ ଦିବସ ଓଡ଼ିଆ ଲୋକଙ୍କ ପାଇଁ ଖାସ। ସେହି ପାଇଁ ପଖାଳ ସହିୟା 3 ପ୍ରକାର ମାଛ,ବାଡ଼ି,ଶାଗ ସହିତ ସବୁଖଦ୍ୟ ପ୍ରସ୍ତୁତ କର ଯାଇଥିଲା। ଲୋକବମାନେ ମଧ୍ୟ ଏହାକୁ ବହୁତ ଉପଭୋଗ କରି ଖାଇ ଥିଲେ।

Conclusion:bite- ଦିଲୀପ ପଟନାୟକ,
Last Updated : Mar 20, 2019, 11:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.