ETV Bharat / state

BSKY କାର୍ଡରେ ପୁଣି ଜାଲିଆତି, ୨ ଜଣଙ୍କୁ ବାନ୍ଧିଲା ପୋଲିସ - ସାଲେପୁର ଶୋଭା ନର୍ସିଂହୋମ

BSKY କାର୍ଡରେ ପୁଣି ଜାଲିଆତି ନେଇ କଟକ ମଧୁପାଟଣା ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଜାଲିଆତିରେ ସାଲେପୁର ଶୋଭା ନର୍ସିଂହୋମର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲର ମୁଖ୍ୟ କାର୍ପଟଦାରଙ୍କୁ ଖୋଜୁଛି ପୋଲିସ । ଅଧିକ ପଢ଼ନ୍ତୁ

BSKY କାର୍ଡରେ ପୁଣି ଜାଲିଆତି
BSKY କାର୍ଡରେ ପୁଣି ଜାଲିଆତି
author img

By

Published : Mar 31, 2023, 9:49 PM IST

BSKY କାର୍ଡରେ ପୁଣି ଜାଲିଆତି

କଟକ: ରାଜ୍ୟରେ ଥମୁନାହିଁ BSKY (ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା) କାର୍ଡ ଜାଲିଆତି । ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ସରକାରଙ୍କ ଏହି କାର୍ଡକୁ ଆଧାର କରି ଚଞ୍ଚକତା ସହ ଅନେକ ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଜାଲିଆତି କରୁଛନ୍ତି । ପୂର୍ବରୁ କଟକରେ ମଧ୍ୟ ଏଭଳି ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ସେହିପରି ଆଜି ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି । ତେବେ ଏହିଭଳି ଜାଲିଆତି କରିବା ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡିଛି । ଏହି ଅଭିଯୋଗ ଆସିବା ପରେ କଟକ ମଧୁପାଟଣା ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଜାଲିଆତି କାରବାରରେ ସାଲେପୁର ଶୋଭା ନର୍ସିଂହୋମର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ହସ୍ପିଟାଲରେ କାର୍ଡକୁ ସ୍ୱାପ୍‌ କରି ଅନ୍ୟ ହସ୍ପିଟାଲରେ ଚିକତ୍ସା କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା ଏବଂ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । BSKY କାର୍ଡ ଘୋଟଲା ଘଟଣାରେ କମିଶନରେଟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବନ୍ଧା ହୋଇଛନ୍ତି ସାଲେପୁରସ୍ଥିତ ଶୋଭା ନର୍ସିଂହୋମ ଘର ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତି । ତେବେ ଏହି କାରବାରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ଓ ସବିତା ସ୍ୱାଇଁ ଏବେ ଫେରାର ଅଛନ୍ତି । ଚିନ୍ମୟ ଯଦିଓ କୋର୍ଟରୁ ବେଲ୍‌ ପାଇଛନ୍ତି, ତେବେ ବେଲକୁ ଖାରଜ କରିବା ପାଇଁ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ବେଲ୍‌କୁ ରଦ୍ଦ କରିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଆଜି ଏଡିସିପି ସ୍ପଷ୍ଟ କରିଛନ୍ତି ।

ତେବେ ଏହି କାର୍ଡ କାରବାର ନେଇ ପୋଲିସର ତଦନ୍ତରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । BSKYରୁ ଟଙ୍କା ହାତେଇବା ପାଇଁ ଶୋଭା ଓ ଜେମ କେୟାର ରୀତିମତ ଏହି କାରବାର କରୁଥିଲେ । ଚିକିତ୍ସା କରିବାକୁ ଆସୁଥିବା ଡାକ୍ତରଙ୍କ ଜାଲ ଦସ୍ତଖତ କରି ରୋଗୀର କାର୍ଡକୁ ଶୋଭା ନର୍ସିଂହୋମରେ ସ୍ୱାବ କରି ଏଠାରେ ଚିକିତ୍ସା କରାଯାଉଥିଲା । ଜାନୁଆରୀ ମାସରେ ୨୫ଟି ଏଭଳି ଚିକିତ୍ସା କରାଯାଇଥିବା ସାମ୍ନାକୁ ଆସିଛି । ଜଣେ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ହିଁ ଘଟିଥିଲା । କିଡନୀ ଷ୍ଟୋନ ଅପରେସନ ପାଇଁ ତାଙ୍କୁ ଜେମରେ ଭର୍ତ୍ତି କରାଇ ଶୋଭା ନର୍ସିଂହୋମରେ ତାଙ୍କ କାର୍ଡ ସ୍ୱାବ କରାଯାଇଥିଲା । ଅପରେସନ ପରେ ଡିସଚାର୍ଜ ହୋଇ ସେ ଘରକୁ ଯାଇଥିଲେ । ତେବେ ୩/୪ ଦିନ ପରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ପୁଣି ଜେମରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆସିବା ପରେ କଟକ ମଧୂପଟଣା ଥାନା ପୋଲିସ ଘଟଣାର ତଦନ୍ତ କରୁକରୁ ସମସ୍ତ ତଥ୍ୟ ଜଣା ପଡିଥିଲା ବୋଲି କଟକ ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.