ETV Bharat / state

ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ, ଅଭିଯୋଗ ପରେ ସ୍ବାମୀ ଗିରଫ - ପଲ ତଲାକର ଅଭିଯୋଗ ପରେ ସ୍ବାମୀ ଗିରଫ

ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ ଦେବା । ଗତ ଶୁକ୍ରବାର କଟକର ପୀର ବଜାର ଅଞ୍ଚଳର ଜଣେ ମହିଳା ଏନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ କହିବା
ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ କହିବା
author img

By

Published : Jun 8, 2020, 11:00 PM IST

କଟକ: ଜିଲ୍ଲାରେ ଟ୍ରିପଲ ତଲାକ ଘଟଣାକୁ ନେଇ ଚର୍ଚ୍ଚା । ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ ଦେବା । ଗତ ଶୁକ୍ରବାର ପୀର ବଜାର ଅଞ୍ଚଳର ଜଣେ ମହିଳା ଏନେଇ ମହିଳା ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ କରୁଛି । ଏହାସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ମହଙ୍ଗା ପଡିଲା ଫୋନ ଯୋଗେ ଟ୍ରିପଲ ତଲାକ କହିବା

ସୂଚନା ଅନୁଯାୟୀ ୨୦୧୧ ରେ କୋରେଇ ଅଞ୍ଚଳର ମୁନି ସହିତ ପୀର ବଜାର ଅଞ୍ଚଳର ମାର୍କତଉଲ୍ଲାକର ପ୍ରେମ ବିବାହ ହୋଇଥିଲା । ତେବେ ୭ ମାସ ତଳେ ସେ ବେଙ୍ଗାଲୁରୁରେ ଅନ୍ୟ ଜଣେ ଝିଅକୁ ବିବାହ କରିଥିଲେ ଏବଂ ଫୋନରେ ମୁନିକୁ ତଲାକ ଦେଇଥିଲେ । ତେବେ ଗତ ଶୁକ୍ରବାର ମହିଳା ଜଣଙ୍କ ଏନେଇ ଏତଲା ଦେଇଥିଲେ ।

ଏହା ଆଇନ ଅନୁଯାୟୀ ଅପରାଧ ହୋଇଥିବାରୁ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.