ETV Bharat / state

ନିଜ ଜାଲରେ ନିଜେ ଫସିଲେ, ଚୋରି କରି ଦେଇଥିଲେ ଏତଲା - police arrested

ନିଜେ ଚୋରି କରି ଥାନାରେ ଦେଇଥିଲେ ଏତଲା । ଶେଷରେ ପୋଲିସ ହାତରେ ପଡ଼ିଲେ ଧରା । ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

Trapped in his own net, loot drama, police arrested
ନିଜ ଜାଲରେ ନିଜେ ଫସିଲେ, ନିଜେ ଲୁଟ କରି ଥାନାରେ କରିଥିଲେ ଏତଲା
author img

By

Published : Dec 10, 2020, 9:30 AM IST

Updated : Dec 10, 2020, 9:38 AM IST

କଟକ: ନିଜ ଜାଲରେ ନିଜେ ଫସିଗଲେ । ନିଜେ ଚୋରି କରି ଥାନାରେ କରିଥିଲେ ଏତଲା । ଭିନ୍ନ ଢଙ୍ଗରେ ଧରିଲା ପୋଲିସ । ଏଭଳି ନାଟକୀୟ ଘଟଣା ଦେଖିବାକୁ ମିଳିଛି କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ପୋତାପୋଖରୀ ଅଞ୍ଚଳରେ ଥିବା ଏକ କ୍ଷୀର କମ୍ପାନୀରେ କାମ କରନ୍ତି ତ୍ରିଲୋଚନ ସାହୁ। ଗତ ୩ ତାରିଖ ଦିନ ସେ ଜାଗୁଳାଇ ଏଜେନ୍ସିର ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଆଦାୟ କରି କମ୍ପାନୀରେ ଜମା କରିବାକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ କରିଥିଲେ।

ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ କରି ସ୍ଥାନୀୟ ଅଞ୍ଚଳରେ ସବୁ ସିସିଟିଭି ଯାଞ୍ଚ କରିଥିଲା। କିନ୍ତୁ ଲୁଟ ହୋଇଥିବା ନେଇ କୌଣସି ତଥ୍ୟ ପାଇନଥିଲା ପୋଲିସ। ତେବେ ପୋଲିସର ସନ୍ଦେହ ହେବାରୁ ଅଭିଯୋଗକାରୀ ତ୍ରିଲୋଚନଙ୍କୁ ପଚରାଉଚରା କରିଥିଲା। ତ୍ରିଲୋଚନଙ୍କ ବୟାନରେ କୌଣସି ତାଳ ମେଳ ରହୁ ନଥିବାରୁ ଅଭିଯୁକ୍ତଙ୍କୁ ପୋଲିସ ଘରକୁ ଛାଡି ତା ଗତିବିଧି ଉପରେ ନଜର ରଖିଥିଲା। ତ୍ରିଲୋଚନ ଘରକୁ ଫେରି ନୂଆ ପ୍ୟାଣ୍ଟ ସାର୍ଟ କିଣିଥିଲା।

କେବଳ ସେତିକିନୁହେଁ ସୁନା ଦୋକାନରୁ ସୁନା କିଣିବାକୁ ଯାଇଥିବା ସମୟରେ ପୋଲିସ ତ୍ରିଲୋଚନକୁ କାବୁ କରିଥିଲା। ତେବେ ନିଜେ ଲୁଟ କରି ଲୁଟର ନାଟକ ରଚିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା ତ୍ରିଲୋଚନ। ପୋଲିସ ତ୍ରିଲୋଚନକୁ ଗିରଫ କରିବା ସହ ତାଙ୍କ ଠାରୁ ୪୯ ହଜାର ୫୦୦ ଟଙ୍କା ଜବତ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 10, 2020, 9:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.