ETV Bharat / state

କଟକରେ ହେଲମେଟ ଧରପଗଡ଼ 2073 ବାଇକ ଚାଳକ ଗଣିଲେ ୪ ଲକ୍ଷରୁ ଅଧିକ ଟଙ୍କା

author img

By

Published : Aug 17, 2022, 10:32 PM IST

ବିନା ହେଲମେଟରେ ଗାଡି ଚାଳନା ବିରୋଧରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ଥରୀୟ ସ୍ୱତନ୍ତ୍ର ଡ୍ରାଇଭରେ ଆଜି 2073 ଇ ଚାଲାଣ କାଟିଛି ରାଜ୍ୟ ପରିବହନ ବିଭାଗ । ଅଧିକ ପଢନ୍ତୁ

କଟକରେ ହେଲମେଟ ଧରପଗଡ଼ 2073 ବାଇକ ଚାଳକ ଗଣିଲେ ତଣ୍ଡ

କଟକ: ଗୋଟିଏ ଦିନରେ କଟା ହେଲା 2073 ଇ ଚାଲାଣ । ବିନା ହେଲମେଟରେ ଗାଡି ଚାଳନା ବିରୋଧରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ଥରୀୟ ସ୍ୱତନ୍ତ୍ର ଡ୍ରାଇଭରେ ଆଜି 2073 ଇ ଚାଲାଣ କାଟିଛି ରାଜ୍ୟ ପରିବହନ ବିଭାଗ ।

ସୂଚନା ଅନୁଯାୟୀ, କଟକରେ ଆଜି ହେଲମେଟ ଧରପଗଡ଼ ହୋଇଛି । ଏହି ଅବସରରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଇନ ଖିଲାପକାରୀଙ୍କ ବିରୋଧରେ 2073 ଇ ଚାଲାଣ କାଟାଯାଇଛି । 400 ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବା ସହ ବିଭିନ୍ନ ଥାନା ମାନଙ୍କରେ 77 ଟି ଗାଡି ଜବତ ହୋଇଛି । ଏହାସହ ଜୋରିମାନା ଆଧାରରେ 4,30,300 ଟଙ୍କା ଆଦାୟ କରିଛି ରାଜ୍ୟ ପରିବହନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଦଳ । ତେବେ ଏହି ଅଭିଯାନ ଚଳିତମାସ 16 ତାରିଖରୁ ଆରମ୍ଭ ହୋଇ 30 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଡ୍ରାଇଭର ମୁଖ୍ୟ କାରଣ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନୁହେଁ ବରଂ ସଚେତନତା ବାଣ୍ଟିବା ବୋଲି ବିଭଗ ପକ୍ଷରୁ କୁହାଯାଇଛି । ତେବେ ହେଲମେଟ ପିନ୍ଧି ବାଇକ ଚଳାଇବା ନିଜ ଜୀବନ ସହ ଅନ୍ୟ ଜୀବନକୁ ମଧ୍ୟ ରକ୍ଷା କରିବା ବୋଲି କହିଛନ୍ତି ରାଜ୍ୟ ପରିବହନ ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.