ETV Bharat / state

ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନର ମୃତ୍ୟୁ ଘଟଣା, ପ୍ରଶାସନକୁ ଦାୟୀ କଲେ ପରିବାର

author img

By

Published : May 1, 2022, 7:01 PM IST

Updated : May 1, 2022, 7:53 PM IST

ପୁରୀ ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ ଘଟଣା । ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର । ଅଧିକ ପଢନ୍ତୁ

ସିଂହଦ୍ବାର ଗୁମୁଟରୁ ଡେଇଁ ମୃତ୍ୟୁ ଘଟଣା, ପ୍ରଶାସନକୁ ଦାୟୀ କଲେ ପରିବାର

ନିଆଳି: ଭଉଣୀ ବାହାଘର ମୁଣ୍ଡ ଉପରେ । କିନ୍ନର ବଳରାମ ରୋଜଗାର କରି ଟଙ୍କା ଆଣିବ ଆଉ ସେହି ଟଙ୍କାରେ ଭଉଣୀ ବାହା ହୋଇ ପର ଘରକୁ ଯାଇଥାନ୍ତା । ବିଧିର ବିଧାନ ବଡ ବିଚିତ୍ର । ଭଉଣୀ ବାହାଘର ପୂର୍ବରୁ କିନ୍ନର ବଳରାମଙ୍କ ଘଟିଛି ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜଗନ୍ନାଥ ସିଂହଦ୍ଵାର ଗୁମୁଟ(Puri Srimandir Gumuta) ନିକଟରେ । ଆଜି(ରବିବାର) ଅପରାହ୍ନ 3ଟା ସମୟରେ ଗୁମୁଟ ଉପରୁ ଡେଇଁ ବଳରାମଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସିଂହଦ୍ବାର ଗୁମୁଟରୁ ଡେଇଁ କିନ୍ନର ମୃତ୍ୟୁ ଘଟଣା, ପ୍ରଶାସନକୁ ଦାୟୀ କଲେ ପରିବାର

ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତର ଗଡ ଇଟାପୋଖରୀ କୋଠସାହି ଗ୍ରାମର ଅରକ୍ଷିତ ରାଉତଙ୍କ ରୋଜଗାରିଆ କିନ୍ନର ବଳରାମ ରାଉତ। ଗତ ଦୁଇ ଦିନ ତଳୁ ସେ ପୁରୀ ଯାଇଥିଲେ । ନାଚିବେ ଟଙ୍କା ରୋଜଗାର କରିବେ ଆଉ ସେହି ଟଙ୍କାରେ ଭଉଣୀର ପାଲଙ୍କି ଉଠିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ସ୍ବପ୍ନ ଅଧା ରହିଗଲା । କିନ୍ନର ବଳରାମ ସିଂହଦ୍ଵାର ଗୁମୁଟରୁ ଡେଇଁ ମୃତ୍ୟୁବରଣ କରିଥିବା ଖବର ମିଳିଛି ।

ଆଜି ବଳରାମଙ୍କ ଭଉଣୀର ଦେଖାଚାହାଁ ହେଉଥିଲା, ଘରେ ବନ୍ଧୁ ବାନ୍ଧବ ଭୋଜି ଭାତ । ସେପଟେ କିନ୍ତୁ ଘରର ଏକମାତ୍ର ରୋଜଗାରିଆ କିନ୍ନର ବଳରାମ ମୃତ୍ୟୁ ଖବର ଆସିଲା । ପରିବାର ଓ ସାହି ପଡୋଶୀଙ୍କ କହିବାନୁସାରେ ସେ ଦୁଇ ଦିନ ତଳୁ ପୁରୀ ଯାଇଥିଲେ । ସେ ଭଲ ପିଲା ଏମିତି କାହିଁକି କଲେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ବଳରାମଙ୍କ ଗାଁରେ ଲୋକେ ପ୍ରଶାସନଙ୍କୁ ଦାୟୀ କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : May 1, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.