ETV Bharat / state

SUICIDE ATTEMPT: ଓଭର ବ୍ରିଜ ଉପରୁ ଆତ୍ମହତ୍ୟା ଉଦ୍ୟମ, ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ - ଓଭର ବ୍ରିଜ ଉପରେ ଆତ୍ମହତ୍ୟା ଉଦ୍ୟମ

କଟକ ମଧୁପାଟଣା ଓଭର ବ୍ରିଜ ଉପରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ସ୍ଥାନୀୟ ଟ୍ରାଫିକ ପୋଲିସ । ଅଧିକ ପଢନ୍ତୁ

SUICIDE ATTEMPT
SUICIDE ATTEMPT
author img

By

Published : Jan 17, 2023, 4:05 PM IST

Updated : Jan 17, 2023, 7:27 PM IST

ଓଭର ବ୍ରିଜ ଉପରୁ ଆତ୍ମହତ୍ୟା ଉଦ୍ୟମ, ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ

କଟକ: ବଞ୍ଚିଲା ମହିଳାଙ୍କ ଜୀବନ। ମଧୁପାଟଣା ଓଭର ବ୍ରିଜ ଉପରେ ଆତ୍ମହତ୍ୟା କରିବା ପାଇଁ ଯାଉଥିଲା ବେଳେ ଉଦ୍ଧାର କଲେ ସ୍ଥାନୀୟ ଟ୍ରାଫିକ କନେଷ୍ଟବଳ । କର୍ତ୍ତବ୍ୟ ଓ ମହାନ ମାନବିକତା ସହ ଉପସ୍ଥିତ ବୁଦ୍ଧି ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ପୋଲିସ କର୍ମଚାରୀ । କଟକ ମଧୁପାଟଣା ବ୍ରିଜ ଉପରୁ ପିଲାକୁ ଧରି ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ କର୍ମଚାରୀ ତପନ କୁମାର ଦାସ । ତେବେ ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଥିଲା ଏମିତି:- ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳା ଜଣକ ତିଗିରିଆ ଅଞ୍ଚଳର ବୋଲି ଜଣାପଡିଛି । ପାରିବାରିକ କଳହ ଯୋଗୁଁ ଏପରି ଚରମ ନିଷ୍ପତ୍ତି ନେବା ଉଦ୍ଦେଶ୍ୟରେ କଟକ ମଧୁପାଟଣା ଲିଙ୍କ ରୋଡ୍‌ ଓଭର ବ୍ରିଜ ଉପରକୁ ଚଢି ଯାଇଥିଲେ। ଏହାପରେ ଚାହୁଁ ଚାହୁଁ ସେ ବ୍ରିଜ ତଳକୁ ଡେଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ସେଠାରେ ଥିବା ଲୋକମାନେ ପାଟି ତୁଣ୍ଡ କରିବା ପରେ ସ୍ଥାନୀୟ ଟ୍ରାଫିକ କର୍ମଚାରୀ ଉକ୍ତ ମହିଳାଙ୍କୁ ରକ୍ଷା କରିବା ପାଇଁ ବ୍ରିଜ ଉପରକୁ ଚଢି ଯାଇଥିଲ ଓ ଉଭୟ ମାଆ ତା ପିଲାକୁ ସୁରକ୍ଷିତ ଭାବେ ରକ୍ଷା କରିଥିଲେ ।

ଏହା ବି ପଢନ୍ତୁ- କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ

ଏହାପରେ ଉକ୍ତ ମହିଳାଙ୍କୁ ସ୍ଥାନୀୟ ମଧୁପାଟଣା ଥାନାରେ ରଖାଯାଇଛି । ହଠାତ ଓଭର ବ୍ରିଜ ଉପରୁ ମହିଳା ଜଣକୁ ଦେଖିବା ପରେ ଲୋକମାନେ ରାସ୍ତାରେ ଅଟକି ଯାଇଥିଲେ । ମହିଳା ଜଣକୁ ଡେଇଁବାକୁ ଉପସ୍ଥିତ ଥିବା ଲୋକମାନେ ବାରଣ କରିଥିଲେ ଏବଂ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ଜଣକ ନିଜ ଜିଦରେ ଅଟଳ ଥିଲେ । ବ୍ରିଜ ଡେଇଁ ଆତ୍ମହତ୍ୟା କରିବେ ବୋଲି ସେ ଉଦ୍ୟମ କରୁଥିଲେ । କୌଶଳ କ୍ରମେ ସେ ଡେଇଁବା ପୂର୍ବରୁ ତାଙ୍କୁ ରକ୍ଷା କରିଥିଲେ ଟ୍ରାଫିକ ପୋଲିସ କର୍ମଚାରୀ । ତାଙ୍କର ଏହି କୌଶଳକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jan 17, 2023, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.