ETV Bharat / state

ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ହେବ ଶୁଣାଣି - ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମେକାର୍ଟ କରିବେ ଶୁଣାଣୀ

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁବାର ସୁପ୍ରିମେକାର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଷନ୍‌ କୌଲ୍‌ ଏବଂ ଜଷ୍ଟିସ୍‌ କେ.ଏମ୍‌ ଜୋସେଫ୍‌କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣୀ କରିବେ ।

ଫାଇଲ ଫଟୋ
author img

By

Published : Oct 24, 2019, 8:34 AM IST

କଟକ: ଓଡିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ । ଗୁରୁବାର ପୁଣି ଥରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଷନ୍‌ କୌଲ୍‌ ଏବଂ ଜଷ୍ଟିସ୍‌ କେ.ଏମ୍‌ ଜୋସେଫ୍‌କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିବେ ।

ସୂଚନାଯୋଗ୍ୟ, ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ସୁପ୍ରିମକୋର୍ଟ । ବିଚାର ପ୍ରକ୍ରିୟାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ମତେ ଗ୍ରହଣ କରାଯିବ ନାହିଁ ବୋଲି ପୂର୍ବରୁ କୋର୍ଟ ସ୍ପଷ୍ଟ କରିଥିଲେ । ଏଥିସହିତ ନ୍ୟାୟର ମନ୍ଦିରକୁ ଖୋଲା ରଖିବାରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ଥାନୀୟ ପୋଲିସ ବିଫଳ ହେଲେ ଅର୍ଦ୍ଧ ସାମରିକ କେନ୍ଦ୍ରୀୟ ବଳର ସହାୟତା ନିଆଯିବ ବୋଲି ଚେତାବନୀ ଦେଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.