କଟକ: ରାଜଧାନୀ ଭୁବନେଶ୍ବର ଭଳି କଟକରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କଟକ ମହାନଗର ନିଗମରେ ଆଜି(ସୋମବାର) ୬୫ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୦ ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।
ଏହାବାଦ୍ ୨ ଜଣ ପେଡ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ ୬ ପଜେଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଯୁବତୀ ସିଏମସିର ଜଣେ କର୍ମଚାରୀ(କରୋନା ଯୋଦ୍ଧା) , ମୁଗଭଙ୍ଗା ଅଞ୍ଚଳର ଜଣେ ୨୭ ବର୍ଷର ଯୁବକ, ନୂଆବଜାର ଅଞ୍ଚଳର ୪୫ ବର୍ଷର ଜଣେ ମହିଳା, ହାଇକୋର୍ଟ ଛକର ଜଣେ ୩୬ ବର୍ଷର ଯୁବକ, ବକ୍ସିବଜାରର ଜଣେ 30 ବର୍ଷୀୟା କେରୋନା ଯୋଦ୍ଧା, ଜଣେ ଖଟବିନ ସାହିର ୪୯ ବର୍ଷର ମହିଳା କୋରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୭୩୬ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୩୦୪ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୪୨୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସୋମବାର ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ