ETV Bharat / state

ତିର୍ତ୍ତୋଲ ବିଧାୟକଙ୍କ ବିବାହ ପାଇଁ ଫିଟିଲା ବାଟ ! ପ୍ରତ୍ୟୁଷାଙ୍କ ସ୍ବାମୀ ଦାଖଲ କଲେ ବିବାହ ବିଚ୍ଛେଦ ଦଲିଲ

author img

By ETV Bharat Odisha Team

Published : Nov 30, 2023, 9:39 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପାଇଁ ଫିଟିବ ବାଟ । ଆଜି ବିବାହ ବିଚ୍ଛେଦ ନେଇ ପ୍ରତ୍ୟୁଷାଙ୍କ ସ୍ବାମୀ ଦାଖଲ କଲେ ଦଲିଲ । ଅଧିକ ପଢନ୍ତୁ

Tirtol MLA Bijay Shankar Das
Tirtol MLA Bijay Shankar Das

ତିର୍ତ୍ତୋଲ ବିଧାୟକଙ୍କ ବିବାହ ପାଇଁ ଫିଟିଲା ବାଟ ! ପ୍ରତ୍ୟୁଷାଙ୍କ ସ୍ବାମୀ ଦାଖଲ କଲେ ବିବାହ ବିଚ୍ଛେଦ ଦଲିଲ

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଆଜି ହାଜର ହେଲେ ନାହିଁ ସୋମାଲିକା ଦାସ । ତେବେ ଆଜି ସବରେଜିଷ୍ଟ୍ରି ଅଫିସରେ ହାଜର ହୋଇଥିଲେ ପ୍ରତ୍ୟୁଷାଙ୍କ ପୂର୍ବତନ ସ୍ବାମୀ ତୃପ୍ତି ରଞ୍ଜନ ରାଉଳ । ପ୍ରତ୍ୟୁଷାଙ୍କ ସହ ବିବାହ ବିଚ୍ଛେଦ ନେଇ ଦଲିଲ ମଧ୍ୟ ଦାଖଲ କରିଛନ୍ତି ତୃପ୍ତି । ତେବେ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଖୁବଶୀଘ୍ର ରାୟ ଶୁଣାଇବେ ବିବାହ ପଞ୍ଜିକରଣ ଅଧିକାରୀ ।

ବିଧାୟକ କଟକ ସବରେଜିଷ୍ଟ୍ରାର ଅଫିସରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଥିବା ବେଳେ ଏଥିରେ ଅବଜେକ୍ସନ ଫାଇଲ କରିଥିଲେ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରିଥିଲେ । ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରି ସେଥିରେ ଅବଜେକ୍ସନ କରିଥିଲେ ସୋମାଲିକା ।

ଏହା ବି ପଢନ୍ତୁ- ବଢ଼ିଲା ବିଜୟ ଶଙ୍କରଙ୍କ ଅଡୁଆ, ପ୍ରତ୍ୟୁଷାଙ୍କୁ ବିବାହ କରିବା ସମ୍ଭବ ହେବନି !

ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ବିଜୟ ଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିବା ବେଆଇନ ବୋଲି ସେ କହିଥିଲେ ।

ଏହି ସମସ୍ତ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ ବିଧାୟକ ବିଜୟ ଶଙ୍କର ଯେଉଁ ଯୁବତୀଙ୍କୁ ବିବାହ କରିବା ଲାଗି କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ, ସେହି ଯୁବତୀଙ୍କ ସ୍ବାମୀ ଏବେ ବିବାହ ବିଚ୍ଛେଦ ପାଇଁ ଦଲିଲ ଦାଖଲ କରିଛନ୍ତି । ଫଳରେ ବିଧାୟକ ବିଜୟଙ୍କ ବିବାହ ଲାଗି ବାଟ ଫିଟିଛି ବୋଲି କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.