କଟକ: ଦିନକ ପରେ ଦେଶ ପାଳିବ 73ତମ ସ୍ବାଧୀନତା ଦିବସ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ବାଧୀନତା ଦିବସରେ ସହରରେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ନଉପୁଜେ ସେ ଦିଗରେ ବେଶ ଯତ୍ନବାନ ରହିଛି ପୋଲିସ ।
ସାରା ଦେଶ ଏହି ମହାନ ଦିନ ପାଇଁ ଉତ୍ସାହିତ ଥିବାବେଳେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ଛାଉଣୀ ହେବେ ପୋଲିସବାହିନୀ । କଟକର ବାଉନବଜାର ତେପନ ଗଳିରେ ହେବ ନାଇଟ୍ ବ୍ଲକିଂ । ଏଥିସହିତ ସହରର ମଧ୍ୟ ଦେଇ ଯାତାୟତ କରୁଥିବା ପ୍ରତ୍ୟେକ ଗାଡିକୁ ତନତନ ଯାଞ୍ଚ କରାଯିବ । ପ୍ରତ୍ୟେକ ହୋଟେଲ ଏବଂ ଲଜ୍ ଗୁଡିକୁ ମଧ୍ୟ ଚେକିଂ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ବର ସିଂ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ