ପଞ୍ଚାୟତରାଜ ଦିବସ ପାଳନ ପାଇଁ କଟକରେ ବିରାଟ ଆୟୋଜନ, ଯୋଗଦେବେ ମୁଖ୍ୟମନ୍ତ୍ରୀ - panchayatraj divas celebration
ପଞ୍ଚାୟତରାଜ ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି । କଟକ ଆସିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ କାର୍ଯ୍ୟରେ ଦେବେ ଯୋଗ । ଏପଟେ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ...
କଟକ: ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତି ଅବସରରେ କଟକରେ ବିଶାଳ ସମାବେଶ ଆୟୋଜନ କରାଯାଉଛି । ଗୁରୁବାର କଟକ ତଳ ବାଲିଯାତ୍ରା ପଡିଆରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା ସହ ବିଭିନ୍ନ ପକଳ୍ପର ଶିଳାନ୍ୟାସ କରିବେ ।
ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ କରାଯିବ । କଟକ ତଳ ବାଲିଯାତ୍ରା ପଡ଼ିଆରେ ଏହାକୁ ଆଡମ୍ବରରେ ପାଳନ କରାଯିବ । ୬୦ ହଜାରରୁ ଅଧିକ ଲୋକଙ୍କୁ ନେଇ କଟକରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି। ନେତା,ମନ୍ତ୍ରୀ ,ବିଧାୟକ ସମସ୍ତେ ଲାଗିପଡିଛନ୍ତି ଏହି ବିଶାଳ ସମାବେଶକୁ ସଫଳ କରିବାପାଇଁ ।
ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଆସି ବାଲିଯାତ୍ରା ଉପର ପଡିଆରେ ପହଞ୍ଚିବେ । ସେଠାରୁ ପ୍ରଥମେ ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ଏସଡିସି କପ୍ରେ ଯୋଗ ଦେବେ । ପରେ ୬ ଲେନ ବିଶିଷ୍ଟ ରିଂରୋଡର ଶୁଭ ଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ଏସସିବି ମିଶନ ନବକଳେବରକୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଶେଷରେ ଆୟୋଜିତ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ । ତେବେ ଏହି ବିଶାଳ ସମାବେଶ ପାଇଁ ୨୦ ପ୍ଲାଟୁନ ପୋଲିସ ମୂତୟନ କରାଯିବ । ବାଲିଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଭଳି ଏହି କାର୍ଯ୍ୟକ୍ରମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କଟକ ଡିସିପି କହିଛନ୍ତି ।
ଏହି ବିଶାଳ ସମାବେଶରେ ବିଜେଡିର ଦଳୀୟ ପତାକା ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସଭା ସ୍ଥଳକୁ ବିଜେଡିର ପତାକା ଯେମିତି ନଯାଏ, ସେଥିପାଇଁ ଏକ ସ୍ବତନ୍ତ୍ର ଟିମ ଜଗିବ ବୋଲି କହଛନ୍ତି ଡିସିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ