ETV Bharat / state

ବଡ ମେଡିକାଲରେ ଚାଲିଛି ରକ୍ତ ଦଲାଲି, 3 ଦଲାଲ ଗିରଫ

author img

By

Published : Feb 26, 2023, 12:32 PM IST

ଏସସିବି ମେଡିକାଲ ରେଡ଼କ୍ରସ ରକ୍ତ ଭଣ୍ଡାରରେ ରକ୍ତକୁ ନେଇ ଚାଲିଛି ବ୍ୟବସାୟ । 3 ଜଣ ଦଲାଲଙ୍କୁ ଗିରଫ କଲା କଲା ପୋଲିସ । ଅଧିକ ପଢନ୍ତୁ

three blood broker arrested by police
three blood broker arrested by police

three blood broker arrested by police

କଟକ: କୁହାଯାଏ ରକ୍ତଦାମ ମହାପୂଣ୍ୟ । କିନ୍ତୁ ଏବେ ରକ୍ତକୁ ନେଇ ଚାଲିଛି ବ୍ୟବସାୟ । କଟକ ଏସସିବି ମେଡିକାଲରେ ଥିବା ରେଡ଼କ୍ରସ ରକ୍ତ କେନ୍ଦ୍ରରେ ଚାଲିଛି ଦଲାଲଗିରି । ସାଧାରଣ ରୋଗୀ ପାଇଁ ରକ୍ତ ଆବଶ୍ୟକ ହେଲେ ଦଲାଲ ଏହାର ଫାଇଦା ନେଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଏପରି ଅଭିଯୋଗ ପରେ ଗତ ଶୁକ୍ରବାର 3 ଜଣ ରକ୍ତ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣା ପରେ ରେଡ଼କ୍ରସ ସଚେତନ ହେବା ସହ ଆଗକୁ ଏପରି ହେଲେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ କହିଛନ୍ତି ରେଡ଼କ୍ରସର ନିର୍ଦ୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ ।

ରେଡ଼କ୍ରସର ନିର୍ଦ୍ଦେଶକ କହିଛନ୍ତି ଯେ, ଏଣିକି ଯଦି ଏପରି ଘଟଣା ସାମ୍ନାକୁ ଆସେ ଆଉ ସେଥିରେ ଯଦି ରେଡ଼କ୍ରସ ସଂସ୍ଥାର କର୍ମଚାରୀଙ୍କ ସମ୍ପୃକ୍ତି ଥାଏ ତେବେ ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ମଧ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ରେଡ଼କ୍ରସ ୟୁନିଟର ଜଣେ ସଦସ୍ୟ ଗିରଫ ହୋଇଥିଲେ । ଲୋକଙ୍କ ଜୀବନ ପାଇଁ ରକ୍ତ ବହୁତ ଆବଶ୍ୟକ ଥିବାବେଳେ ଯଦି କେହି ଦଲାଲି କରୁଛନ୍ତି ବା ଆପଣଙ୍କୁ ଟଙ୍କା ମାଗୁଛନ୍ତି ତେବେ ସଙ୍ଗେ ସଙ୍ଗେ ମୋତେ ଜଣାଇ ପାରିବେ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ଏସିପି ଜୋନ 2 ଏନେଇ କହିଛନ୍ତି, ''ରେଡ଼କ୍ରସ ସାମ୍ନାରେ ଥିବା ଚା' ଦୋକାନ ଆଗରେ ଦଲାଲମାନେ ବସାଉଠା କରନ୍ତି । ଆଉ ଯେଉଁମାନେ ରକ୍ତ ଆବଶ୍ୟକ ପାଇଁ ରେଡ଼କ୍ରସ ଆସନ୍ତି ସେମାନେ ଏହି ଦଲାଲମାନଙ୍କ ଦ୍ୱାରା ଶିକାର ହୁଅନ୍ତି । ଏ ସଂକ୍ରାନ୍ତରେ ଏକ ଖବର ମିଳିବା ପରେ ରେଡ଼କ୍ରସ ନିକଟରେ ମଙ୍ଗଳାବାଗ ଥାନାର ଏକ ଟିମ ଅତର୍କିତ ଭାବରେ ସିଭିଲ ଡ୍ରେସରେ ଆସି ଚଢ଼ାଉ କରି 3 ଜଣ ଦଲାଲଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ 3 ଦଲାଲଙ୍କୁ ଧରେଇବାରେ ସଫଳ ହୋଇଥିଲେ ଜଣେ ସ୍ଥାନୀୟ ଯୁବକ । ନିଆଁରେ ପୋଡି ହୋଇଥିବା ରୋଗୀଙ୍କ ରକ୍ତ ଆବଶ୍ୟକ ଥିବାବେଳେ ଜଣେ ରୋଗୀଙ୍କ ସାଥି ଏହି 3 ଦଲାଙ୍କ ସହ ମୂଲଚାଲ କରୁଥିଲେ । ସେହି ସମୟରେ ପୋଲିସ ପହଁଞ୍ଚି 3 ଜଣଙ୍କୁ କାବୁ କରିଥିଲା ।''

ଗିରଫ ସମୟରେ ଅଭିଯୁକ୍ତଙ୍କ ଠାରୁ କିଛି ଜରୁରୀ କାଜଗପତ୍ର, 2ଟି ମୋବାଇଲ ଜବତ କରିଛି ପୋଲିସ । ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମଧ୍ୟ ପୋଲିସ ଆଲୋଚନା କରିଛି । ଗତ 2ରୁ 3 ବର୍ଷ ମଧ୍ୟରେ 30ରୁ ଊର୍ଦ୍ଧ୍ବ ରକ୍ତ ଦଲାଲଙ୍କୁ ପୋଲିସ ଗିରଫ କରିସାରିଛି । ରକ୍ତକୁ ନେଇ ଆରମ୍ଭ ହୋଇଥିବା ବେପାର ବିରୋଧରେ ପୋଲିସ ଆଉ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.