ETV Bharat / state

ଫାଇନାନ୍ସ କମ୍ପାନୀର କାର୍ଡ କରାଇଦେବା କହି ଚୂନ ଲଗାଇଲେ ଲକ୍ଷାଧିକ ଟଙ୍କା, 3 ଗିରଫ

ସାଧାରଣ ଲୋକଙ୍କୁ ଲୋନରେ ଘରୋଇ ଜିନିଷ କିଣାଇ ଦେବା କହି ଲକ୍ଷାଧିକ ଟଙ୍କା ଠକେଇ । 3ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : May 11, 2023, 11:39 AM IST

Updated : May 11, 2023, 11:55 AM IST

3 accused arrested
3 accused arrested
money fraud in cuttack

କଟକ: ଏକ ନାମିଦାମୀ କମ୍ପାନୀର କାର୍ଡ କରାଇବା ଦେବା ନାରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । କାର୍ଡ କରାଇ ଦେବା ସହ ଜିନିଷ କିଣାଇ ଦେବାକୁ କହି 56 ଜଣଙ୍କ ଠାରୁ 12 ଲକ୍ଷ ଟଙ୍କା ଠକି ନେଲେ ଠକ । ଅଭିଯୋଗ ପରେ ତଦନ୍ତ କରି ପୋଲିସ 3ଜଣଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର । ଗିରଫ ଅଭିଯୁକ୍ତ ହେଉଛନ୍ତି ବିନୋଦ କୁମାର ସାହୁ , ଅଙ୍କିତ ଜେନା ଓ ସତ୍ୟନାରାୟଣ ମହାରଣା । ଠକେଇର ମାଷ୍ଟର ମାଇଣ୍ଡ ରଶ୍ମି ରଞ୍ଜନ ଚୋଧୁରୀ ଫେରାର ହୋଇଯାଇଥିବା ସୂଚନା ରହିଛି।

ଏହା ମଧ୍ୟ ପଢନ୍ତୁ-Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା

ଟଙ୍କା ଠକେଇର ଶିକାର ହେବା ପରେ ଜଣେ ବ୍ୟକ୍ତି ଏନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ସେହିପରି ସମ୍ପୃକ୍ତ କମ୍ପାନୀର ପକ୍ଷରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । 2ଟି ମାମଲା ଥାନାରେ ଦାୟର ହେବା ପରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସମ୍ପୃକ୍ତ କମ୍ପାନୀର କର୍ମଚାରୀ ବିନୋଦ କୁମାର ସାହୁଙ୍କ ସହାୟତା ଠକାମୀର ଜାଲ ବିଛାଇଥିଲେ ଅଭିଯୁକ୍ତ। ଯାହାର ମାଷ୍ଟର ମାଇଣ୍ଡ ଥିଲା ରଶ୍ମିରଞ୍ଜନ ଚୌଧୁରୀ । ନାମି କମ୍ପାନୀର କାର୍ଡ କରାଇଦେବା କହି ପ୍ରାୟ 56 ଜଣଙ୍କ ଠାରୁ ଅଭିଯୁକ୍ତ ମାନେ 12 ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସ ବର୍ତ୍ତମାନ 3 ଜଣଙ୍କୁ ଗିରଫ କରିଥିବା ବେଳେ ଠକେଇର ମାଷ୍ଟର ମାଇଣ୍ଡ ରଶ୍ମିରଞ୍ଜନ ଚୌଧୁରୀ ଫେରାର ରହିଛି । ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରଶ୍ମିରଞ୍ଜନଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ମୟୂରଭଞ୍ଜ ପୋଲିସକୁ ସଫଳତା, ଇଲେକ୍ଟ୍ରିକ ସରଞ୍ଜାମ ଚୋରି ଘଟଣାରେ 9 ଗିରଫ

ତେବେ ତଦନ୍ତ ସମୟରେ ପୋଲିସ ଅଭିଯୋଗକାରୀଙ୍କ ଆଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ ଓ ପପୁ ଆଣ୍ଡ ଅର୍ପିତା ଏଣ୍ଟର ପ୍ରାଇଜେସ ନାମରେ ନକଲି ଇନଭଏସ ସମ୍ପୃକ୍ତ କମ୍ପାନୀରୁ ଜବତ କରିଛି । ପୋଲିସ ପକ୍ଷରୁ ଏହି ବଡ଼ ଠକେଇର ଅଧିକ ଛାନଭିନ ଜାରି ରଖିଛି । ତେବେ ଆଉ କେତେ ଜଣ ଠକାମିର ଶିକାର ହୋଇଛନ୍ତି ସେନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ । ଆଗାମୀ ଦିନରେ ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ପୋଲିସ ତାର ସମସ୍ତ ପ୍ରଚେଷ୍ଟା ଜାରି ରଖିବ ବୋଲି କହିଛନ୍ତି ଅତରିକ୍ତ ଡିସିପି ଅନୀଲ ମିଶ୍ର ।

ଇଟିଭି ଭାରତ, କଟକ

Last Updated : May 11, 2023, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.