ETV Bharat / state

ଆସନ୍ତାକାଲି ଠାରୁ କଟକରେ ଖୋଲିବ ସବୁ ଦେବାଳୟ - CMC

ଆସନ୍ତାକାଲି(ଗୁରୁବାର) ଠାରୁ କଟକ ମହାନଗର ନିଗମରେ ଥିବା ସମସ୍ତ ଦେବାଳୟ ମଧ୍ୟ ଖୋଲିବାକୁ ଯାଉଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

କଟକରେ ଖୋଲିବ ସବୁ ଦେବାଳୟ
କଟକରେ ଖୋଲିବ ସବୁ ଦେବାଳୟ
author img

By

Published : Jan 6, 2021, 9:33 PM IST

କଟକ: ରାଜ୍ୟରେ କୋରୋନା କଟକଣା କୋହଳ ହେବା ପରେ ପର୍ଯ୍ୟାୟକ୍ରମେ ଖୋଲିବାରେ ଲାଗିଛି ସବୁ ଧର୍ମାନୁଷ୍ଠାନ । ସେହି କ୍ରମରେ ଆସନ୍ତାକାଲି(ଗୁରୁବାର) ଠାରୁ କଟକ ମହାନଗର ନିଗମରେ ଥିବା ସମସ୍ତ ଦେବାଳୟ ମଧ୍ୟ ଖୋଲିବାକୁ ଯାଉଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

କୋଭିଡ଼ କଟକଣା ମାନି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଥର୍ମାଲ ସ୍କ୍ରିନିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ପ୍ରବେଶ ଅନୁମତି ଦିଆଯିବ । ୬୫ ବର୍ଷରୁ ଊର୍ଦ୍ଧ୍ବ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଅନୁମତି ମିଳିବନାହିଁ ।

ଲୋକଙ୍କୁ କୋଭିଡ଼ ସଚେତନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ସାମ୍ନାରେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ସିଏମସିର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଓ ୱାର୍ଡ ଅଫିସର, ପୂଜକ କିମ୍ବା ପରିଚାଳନା କମିଟି ସହ ସମନ୍ବୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୋଭିଡ଼ ନିୟମକୁ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.