କଟକ: ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ । ନିଜକୁ ରେଳବାଇ କର୍ମଚାରୀ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚାଉଳିଆଗଞ୍ଜ ଥାନାରେ ଏତଲା ହେଲା ପରେ ଏହି ନକଲି ରେଳବାଇ କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଖବରଅନୁସାରେ, ଗତ 1 ତାରିଖରେ ଥାନାରେ ହୋଇଥିବା ଏତଲା ଅନୁସାରେ, ବଳରାମ ବେହେରା ନାମକ ବ୍ୟକ୍ତି ନିଜକୁ ରେଳବାଇ କର୍ମଚାରୀ କହି ସୌମେନ୍ଦ୍ର ନାଥ ଷଡ଼ଙ୍ଗୀ ନାମକ ବ୍ୟକ୍ତିଙ୍କୁ ସଚିବାଳୟରେ ଏକ କ୍ଳରିକାଲ ଚାକିରୀ କରାଇବା ବାହାନାରେ ଲକ୍ଷାଧିକ ଟଙ୍କା ମାଗିଥିଲେ । ଏହିକ୍ରମରେ ସୌମେନ୍ଦ୍ର ଇଂଷ୍ଟେଲମେଣ୍ଟ ଜରିଆରେ 1 ଲକ୍ଷ 60 ହଜାର ପୈଠ କରିଥିଲେ । ଟଙ୍କା ପାଇବା ପରେ ଫୋନ ବନ୍ଦ କରି ଭଡା ଘରୁ ଚମ୍ପଟ ମାରିଥିଲେ ନକଲି ରେଳବାଇ କର୍ମଚାରୀ ।
![ନକଲି ଆଇକାର୍ଡରେ ଅସଲି ଲୁଟ](https://etvbharatimages.akamaized.net/etvbharat/prod-images/od-ctc-03-onlineloot-avo-od10038_12052021210908_1205f_1620833948_528.png)
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ