କଟକ : ସହରରେ ବୁଲି କଟକଣାର ସ୍ଥିତି ସମୀକ୍ଷା କରିଛନ୍ତି କଟକ ଡିସିପି ଓ ପୋଲିସ କମିଶନର। ସହରରେ କୋଭିଡ କଟକଣା ମଧ୍ୟରେ ହୋଲି କିପରି ରହିଛି ତାହାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ କମିଶନର । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଲିକୁ ନେଇ ଜାରି କରାଯାଇଥିବା ଗାଇଡଲାଇନକୁ ଅନୁପାଳନ କରିଥିବାରୁ ସହରବାସୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ପୋଲିସ କମିଶନର ।
କିନ୍ତୁ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହିତ ପୋଖରୀ ତୁଠ ଓ ନଦୀ କୁଳ ଘାଟ ଉପରେ ମଧ୍ୟ ନଜର ରଖିଛି ପୋଲିସ । ସେହିପରି ଲୋକମାନେ ସତର୍କତାର ସହିତ ଗାଧୋଇବା ପାଇଁ ଲୋକମାନଙ୍କୁ ପୋଲିସ କମିଶନର ପରାମର୍ଶ ମଧ୍ୟ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ