ETV Bharat / state

ପ୍ଲାଜମା ଦାନ କରିଛନ୍ତି ଏକ ହଜାର ଓଡିଶା ପୋଲିସ: ଡିଜି - Odisha police has exceeded thousands

ଆଜି(ସୋମବାର)ସୁଦ୍ଧା ଓଡିଶା ପୋଲିସର ମୋଟ ପ୍ଲାଜମା ଦାତାଙ୍କ ସଂଖ୍ୟା ୧୦୦୨ ରେ ପହଞ୍ଚିଛି। ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପୋଲିସ ଡିଜି ଅଭୟ
ପୋଲିସ ଡିଜି ଅଭୟ
author img

By

Published : Feb 8, 2021, 10:56 PM IST

କଟକ: ଓଡିଶା ପୋଲିସର ପ୍ଲାଜମା ଦାତାଙ୍କ ସଂଖ୍ୟା ହଜାରେ ଟପିଲା । ଆଜି(ସୋମବାର)ସୁଦ୍ଧା ଓଡିଶା ପୋଲିସର ମୋଟ ପ୍ଲାଜମା ଦାତାଙ୍କ ସଂଖ୍ୟା ୧୦୦୨ ରେ ପହଞ୍ଚିଛି। ଏହି ଅବସରରେ ପୋଲିସ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ପ୍ଲାଜମା ଦାତାଙ୍କ ସଂଖ୍ୟା ହଜାରେ ଟପିଲା

ଏହି କାର୍ଯ୍ୟକ୍ରମରେ ସହିଦ ହୋଇଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ୩୯ ଜଣ ପ୍ଲାଜମା ଦାନ କରିଥିବା ପୋଲିସ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ମୋଟ ୨,୧୬୬ ଜଣ ପ୍ଲାଜମା ଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୪୬ ପ୍ରତିଶତ ଓଡିଶା ପୋଲିସର ଅଧିକାରୀ ଓ କର୍ମଚାରୀ ରହିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଏହାସହ କୋରୋନାରେ ଆକ୍ରାନ୍ତ ହୋଇ ୪୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା କହିଛନ୍ତି ଡିଜିପି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.