ETV Bharat / state

ନିୟମ ମାନୁନାହାଁନ୍ତି ଅମାନିଆ ଚାଳକ, ଗୋଟିଏ ଦିନରେ ୨୬୯ ଟି ମାମଲା ରୁଜୁ - ତାଲାବନ୍ଦ ନିୟମ ଉଲ୍ଲଂଘନରେ ମାମଲା ରୁଜୁ

ଗତ ୨୪ ଘଣ୍ଟାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୩୭୫୧ ସଂଖ୍ୟକ ମାମଲା ରୁଜୁ ହୋଇଛି।

lockdown rules
ତାଲାବନ୍ଦ ନିୟମ ଉଲ୍ଲଂଘନ
author img

By

Published : Apr 8, 2020, 4:57 PM IST

କଟକ: ଦେଶରେ ଲାଗୁ ହୋଇଛି ଲକଡାଉନ କଟକଣା । ଏହି କଟକଣାକୁ ଦୁଇ ସପ୍ତାହ ବିତି ଯାଇଥିଲେ ବି ସୁଧୁରୁ ନାହାନ୍ତି ଅମାନିଆ ଗାଡି ଚାଳକ । ହେଲେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ରାଜ୍ୟର ଅନେକ ସ୍ଥାନରେ ଆଜି ବି ତାଲାବନ୍ଦ ନିୟମ ଉଲ୍ଲଂଘନରେ ରୁଜୁ ହେଉଛି ପୁଳା ପୁଳା ମାମଲା । ଏପରକିକି ଗତ ୨୪ ଘଣ୍ଟାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୩୭୫୧ ସଂଖ୍ୟକ ମାମଲା ରୁଜୁ ହୋଇଛି।

ଗତ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି(ମଙ୍ଗଳବାର) ସକାଳୁ ଆଜି(ବୁଧବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୬୯ ଟି ମାମଲା ରୁଜୁ କରାଯାଇଛି। ଏହି ୨୬୯ ଟି ମାମଲା ମଧ୍ୟରୁ ୨୫୨ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବାବେଳେ , ହୋମ କ୍ବାରେନଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ୪ଟି ମାମଲା ରୁଜୁ ହୋଇଛି।

୩ ଟି ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ ହୋଇଛି। ୧୦ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.