ETV Bharat / state

ବାଙ୍କୀ ଅପହରଣ ଓ ଦୁଷ୍କର୍ମ ମାମଲା: ମୁହଁ ଖୋଲିଲେ ଗ୍ରାମାଞ୍ଚଳ ଏସପି - କଟକ ଖବର

ବାଙ୍କୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ରଖିଲେ ଗ୍ରାମାଞ୍ଚଳ ଏସପି । ପୀଡିତାଙ୍କୁ ପୋଲିସ ମାଡ ମାରିବା ଅଭିଯୋଗକୁ କଲେ ଖଣ୍ଡନ । ଅଧିକ ପଢ଼ନ୍ତୁ...

ବାଙ୍କୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗ୍ରାମାଞ୍ଚଳ ଏସପିଙ୍କ ପ୍ରତିକ୍ରିୟା
author img

By

Published : Nov 6, 2019, 11:25 PM IST

କଟକ: ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା। ଯୁବତୀ ଜଣଙ୍କ ଆପହରଣକାରୀଙ୍କ ଠାରୁ ଖସି ଆସିବା ଓ ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ବୟାନ ପ୍ରସଙ୍ଗରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ରାଧାବିନୋଦ ପାଣିଗ୍ରାହୀ।

ଉକ୍ତ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୀଡିତାଙ୍କ କହିବା ମୁତାବକ 5 ଜଣ ଯୁବକ ତାଙ୍କୁ ଅପହରଣ କରିଥିଲେ। ତେବେ ଅନ୍ୟ ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଆରକ୍ଷୀ ଅଧିକାରୀ । 5 ଜଣ ଯୁବକ କିପରି ଯୁବତୀଙ୍କୁ ଅପହରଣ କଲେ କେଉଁ ଗାଡି ବ୍ୟବହାର କଲେ ସେ ସବୁର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅଭିଯୁକଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

ବାଙ୍କୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗ୍ରାମାଞ୍ଚଳ ଏସପିଙ୍କ ପ୍ରତିକ୍ରିୟା

ବୟାନ ବଦଳାଇବା ପାଇଁ ପୀଡିତାଙ୍କୁ ପୋଲିସ ମାଡ ମାରିବା ଅଭିଯୋଗକୁ ପୋଲିସ ଖଣ୍ଡନ କରିଥିବା ବେଳେ ତଦନ୍ତ କରାଯାଇ, ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ ବୋଲି ଏସପି କହିଛନ୍ତି। ଉକ୍ତ ଘଟଣାକୁ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯିବ। ଯେହେତୁ ପୀଡିତା ଏବଂ ମୁଖ୍ୟ ଅଭିଯୁକ୍ତ ଅନୁସୂଚିତ ଜାତି ଶ୍ରେଣୀର, ତେଣୁ 376 ଓ 3 ଏସିଏସଟି ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ମୁଖ୍ୟ ଅଭିଯୁକ୍ତ ଓ ସଂଷ୍ଲିଷ୍ଟ ଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା। ଯୁବତୀ ଜଣଙ୍କ ଆପହରଣକାରୀ ମାନଙ୍କ ଠାରୁ ଖସି ଆସିବା ଓ ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ଯକର ବୟାନ ପ୍ରସଙ୍ଗରେ ଗଣମାଧ୍ୟମ ସାମ୍ନାରେ ଆଜି ମୁହଁ ଖୋଲିଛନ୍ତି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ରାଧା ବିନୋଦ ପାଣିଗ୍ରାହୀ।ଉକ୍ତ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ଓ ଯୁବତୀ କହିବା ମୁତାବକ ୫ ଜଣ ଯୁବକ ତାଙ୍କୁ ଅପହରଣ କରିଥିଲେ। ତେବେ ଅନ୍ଯ ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।୫ ଜଣ ଯୁବକ କିପରି ଯୁବତୀଙ୍କୁ ଅପହରଣ କଲେ କେଉଁ ଗାଡି ବ୍ଯବହାର କଲେ ସେ ସବୁର ତଦନ୍ତ ଜାରି ରହିଛି ଖୁବଶୀଘ୍ର ଆସାମୀ ମାନଙ୍କୁ ଗିରଫ କରାଯିବ।ତେବେ ବୟାନ ବଦଳାଇବା ପାଇଁ ପୋଲିସ ,ପୀଡିତା ଯୁବତୀଙ୍କୁ ମାଡ ମାରିବା ଅଭିଯୋଗ କୁ ପୋଲିସ ଖଣ୍ଡନ କରିଥିବା ବେଳେ ତଦନ୍ତ କରାଯାଇ ତାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ ବୋଲି ଏସ୍ପି କହିଛନ୍ତି।ଉକ୍ତ ଘଟଣାକୁ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ଦ୍ବାରା ତଦନ୍ତ କରାଯିବ।ଯେହେତୁ ଯୁବତି ଏବଂ ମୁଖ୍ଯ ଅଭିଯୁକ୍ତ ଦଳିତ ଶ୍ରେଣୀର ,ସେଥିପାଇଁ ୩୭୬ ଓ ୩ ଏସିଏସଟି ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।ମୁଖ୍ୟ ଅଭିଯୁକ୍ତ ଓ ସଂଷ୍ଲିଷ୍ଟ ଥିବା ଅପରାଧି ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ବାଇଟ - ରାଧାବିନୋଦ ପାଣିଗ୍ରାହୀ. (ଗ୍ରାମାଞ୍ଚଳ ଏସ ପି କଟକ )Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.