ETV Bharat / state

ହାଇକୋର୍ଟ ଦେଲେ ଆଶ୍ବସ୍ତି, ଅକ୍ଟୋବର ୧୫ ଯାଏ ସବୁ ରହିତାଦେଶ ବଳବତ୍ତର - stay order extended

ପୂର୍ବରୁ ଜୁଲାଇ ୧୫ ଓ ପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଗୁଡିକ ଏବେ ଅକ୍ଟୋବର 15 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ...

High Court on stay orders, interim instructions by courts,  ରହିତାଦେଶ ବଳବତ୍ତର, ହାଇକୋର୍ଟ ଦେଲେ ଆସ୍ବସ୍ତି, ମଧ୍ୟବର୍ତ୍ତୀ ନିର୍ଦେଶନାମା, stay order extended, ହାଇକୋର୍ଟଙ୍କ ନିର୍ଦ୍ଦେଶ, cuttcak news, କଟକ ଖବର
ଅକ୍ଟୋବର ୧୫ ଯାଏ ସବୁ ରହିତାଦେଶ ବଳବତ୍ତର
author img

By

Published : Sep 1, 2020, 7:52 AM IST

କଟକ: ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ, କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଗୁଡିକ ଅକ୍ଟୋବର 15 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଛନ୍ତି ହାଇକୋର୍ଟ। ସେହିପରି ମଧ୍ୟବର୍ତ୍ତୀକାଳୀନ ଜାମିନ ଗୁଡିକ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଲାଗୁ ହେବ।

ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ, କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦେଶନାମା ଗୁଡିକ ଜୁଲାଇ ୧୫ ଓ ପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଏବେ ହାଇକୋର୍ଟ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ଅବଧି ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହା ଅକ୍ଟୋବର ୧୫ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ସରକାର, ସରକାରଙ୍କର କୌଣସି ବିଭାଗ, ମୁନିସପାଲ କର୍ପୋରେସନ ଓ ଗ୍ରାମପଞ୍ଚାୟତ କୌଣସି ପ୍ରକାର ଜବରଦଖଲ ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟ ଅକ୍ଟୋବର ୧୫ ପର୍ଯ୍ୟନ୍ତ କରିପାରିବ ନାହିଁ। ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତିର ନିଲାମ କରିପାରିବ ନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.