ETV Bharat / state

ପୁଣି ଗ୍ୟାଙ୍ଗଷ୍ଟାର ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ

author img

By

Published : Dec 11, 2020, 5:13 PM IST

Updated : Dec 11, 2020, 9:12 PM IST

ଗ୍ୟାଙ୍ଗଷ୍ଟାର ଧଳସାମନ୍ତଙ୍କ ବାସଭବନରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ କମିଶନରେଟ ପୋଲିସର ସାମ୍ବାଦିକ ସମ୍ମିଳନୀ । ପୁଣି ଗ୍ୟାଙ୍ଗଷ୍ଟାର୍ସ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ପୁଣି ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ

କଟକ: ଅପରାଧିକ ସାମ୍ରାଜ୍ୟର ଖୋଳତାଡ ହେବ । ବନ୍ଦ ହେବ ଦାଦାବଟି ଆଦାୟ । ପୁଣି ଗ୍ୟାଙ୍ଗଷ୍ଟାର୍ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ସୂଚନା ଦେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଡି ବ୍ରଦର୍ସ ଘରୁ ବେଆଇନ ବନ୍ଧୁକ ଓ ଗୁଳି ବାହାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ପ୍ରକାଶ ବେହେରା ଓ ସରୋଜ ସେଠୀ ଦୁଇ ଜଣ ଡି ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଅଟନ୍ତି । ପୂର୍ବରୁ ପ୍ରକାଶ ଗିରଫ ହୋଇ ଜେଲ ଯାଇଥିଲେ । ଜାମିନରେ ଆସି ଅପରାଧ ଯୋଜନା କରୁଥିଲେ । ଚୌଦ୍ୱାର ଥାନା ପୋଲିସ ହାତରେ ଧରା ପଡିବା ପରେ ଡି ବ୍ରଦର୍ସଙ୍କ ବନ୍ଧୁକ କଥା ପୋଲିସକୁ କହିଥିଲେ ।

ପୋଲିସ ଡି ବ୍ରଦର୍ସଙ୍କ ଘରେ ଚଢ଼ାଉ କରି ୧୬ ଟି ବନ୍ଧୁକ, ୧୦୫୫ ଟି ଗୁଳି , ମାଗଜିନ ଜବତ କରିଛି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଦିବ୍ରଦର୍ସ ନିଜ ଘର ପ୍ରସ୍ତୁତ ସମୟରେ ଇଣ୍ଟରିଅର ଡିଜାଇନ କରି ଏହି ଅସ୍ତ୍ରସସ୍ତ୍ର ଲୁଚାଇ ରଖିଥିଲେ । ଏହି ବନ୍ଧୁକ ବିହାରର ମୁଙ୍ଗେରରୁ ଆସୁଥିଲା । ଘରେ ଆହୁରି ବନ୍ଧୁକ ଲୁଚାଯାଇଥାଇପାରେ । ଆଗକୁ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣାରେ ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ପୋଲିସ କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 11, 2020, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.