କଟକ: ହାଇକୋର୍ଟ ପରିସରରେ 74 ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ପତାକା ଉତ୍ତୋଳନ କରିଛନ୍ତି ।
କୋଭିଡ-19 ନିୟମ ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖି ହାଇକୋର୍ଟ ପରିସରରେ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ସମେତ ବିଭିନ୍ନ ବାରର ସଦସ୍ୟ, କୋର୍ଟ କର୍ମଚାରୀ ଉପସ୍ଥିତ ରହିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ