ETV Bharat / state

Bidanasi Rape Case: ସ୍ବାମୀକୁ ଆଜୀବନ କାରାଦଣ୍ଡ, ସ୍ତ୍ରୀକୁ ୨୦ ବର୍ଷ ଜେଲ୍ - କଟକ ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ

ବିଡାନାସୀ ନାବାଳିକା ଦୁଷ୍କର୍ମ ଘଟଣାରେ କଟକ ପୋକ୍ସୋ କୋର୍ଟରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

Bidanasi Rape Case: ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Jan 22, 2022, 7:49 PM IST

କଟକ: ବିଡାନାସୀ ନାବାଳିକା ଦୁଷ୍କର୍ମ ଘଟଣାରେ କଟକ ପୋକ୍ସୋ କୋର୍ଟରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ । ଅନ୍ୟତମ ଦୋଷୀ ଅମିତଙ୍କ ପତ୍ନୀ ଆଶା ଲୋହାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।

Bidanasi Rape Case: ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବିକ୍ରି କରିବା ଉଦ୍ଦେଶ୍ୟରେ ସତୀଚୌରା ଅଞ୍ଚଳରୁ ପୀଡିତାକୁ ଅପହରଣ କରି ନେଇଥିଲେ ଦୋଷୀ । ଟାଟା ଜାମସେଦପୁରକୁ ନେଇ ୮ ଦିନ ରଖିବା ସହିତ ଅମିତ ୧୦ ବର୍ଷର ନାବାଳିକାକୁ ଧର୍ଷଣ କରିଥିଲା । ଏହାକୁ ବିଚାର କରି ଅଦାଲତ, ୨୦ ବର୍ଷର କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ତେବେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ । ୨୦୧୯ ମସିହା ଜୁଲାଇ ୧୮ ତାରିଖରେ ହୋଇଥିଲା ଦୁଷ୍କର୍ମ । ୨୦ଟି ତଥ୍ୟପ୍ରମାଣ ଓ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ଦଣ୍ଡାଦେଶ ଦେଇଛନ୍ତି ଅଦାଲତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.