ETV Bharat / state

ଉଠା ଜଳସେଚନ ମାଧ୍ୟମରେ ଜଳଯୋଗାଣ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ..

author img

By

Published : Jul 20, 2021, 9:06 AM IST

ଉଠା ଜଳସେଚନ ସୁବିଧା ମାଧ୍ୟମରେ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କଟକ ଜିଲ୍ଲା ବାଙ୍କୀ ବିଧାନସଭା ମଣ୍ଡଳୀ ଗସ୍ତ କରିଛନ୍ତି । କ୍ଷେତ୍ର ପରିଦର୍ଶନ କରି କୃଷକ ଏବଂ ପାଣି ପଂଚାୟତ ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି । ବାଙ୍କୀ ବ୍ଲକ ଓ ବାଙ୍କୀ-ଡମପଡା ବ୍ଲକର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପରୁ କୃଷକମାନେ କିପରି ଉପକୃତ ହେଉଛନ୍ତି ସେ ବିଷୟରେ ସମୀକ୍ଷା କରିଛନ୍ତି । ଏ ସମ୍ପର୍କରେ ଜାଣିବା ପାଇଁ ନିଜେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଏହି ସବୁ ପ୍ରକଳ୍ପ ଦ୍ବାରା କୃଷକ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେ ସଂପର୍କରେ ଅନୁଧ୍ୟାନ କରିଛନ୍ତି ।

କୃଷକମାନଙ୍କୁ କୃଷି ପାଇଁ ଜଳ ଯୋଗାଣ ନିମନ୍ତେ ସୁବିଧା କରିବା ପାଇଁ କଣ ସବୁ ସମସ୍ୟା ରହୁଛି । ବିଶେଷ କରି ଅଚଳ ରହିଥିବା ପ୍ରକଳ୍ପର ମରାମତି, ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଓଏଲଆଇସି ଅଧ୍ୟକ୍ଷ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୃଷିର ବିକାଶ ଓ କୃଷକମାନଙ୍କର କଲ୍ୟାଣକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ବାଙ୍କୀର କୃଷକମାନଙ୍କ ପାଇଁ ପାଣି ପଞ୍ଚାୟତ ଜରିଆରେ ତଥା ଉଠା ଜଳସେଚନ ସୁବିଧା ମାଧ୍ୟମରେ ଜଳଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କରେ ଅମରେଶ ଗୁରୁତ୍ବାରୋପ କରିଛନ୍ତି ।

ଉଠା ଜଳସେଚନ ସୁବିଧା ମାଧ୍ୟମରେ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶଉଠା ଜଳସେଚନ ସୁବିଧା ମାଧ୍ୟମରେ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓଡିଶା ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷଙ୍କୁ ବାଙ୍କୀ ବିଧାନସଭା କ୍ଷେତ୍ରରେ ଯେଉଁ ଅଞ୍ଚଳରେ କୃଷି କାର୍ଯ୍ୟ କରାଯାଉଛି ଓ ସମସ୍ୟା ରହିଛି ସେହି ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନରେ ନେଇଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଜୋନ-୩୬ର ସଭ୍ୟ ମାନସ କୁମାର ମହାପାତ୍ର, ଜିଲ୍ଲା ପରିଷଦ ଜୋନ-୩୭ର ସଭ୍ୟ ତ୍ରିଲୋଚନ ରାଉତ, ବାଙ୍କୀ ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ନିର୍ଦ୍ଦେଶକ ଗତିକୃଷ୍ଣ ସ୍ବାଇଁ, ବାଙ୍କୀର କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢୀ, କୁସୁପାଙ୍ଗୀ ଗ୍ରାମ ପଂଚାୟତର ସମିତି ସଭ୍ୟ ଅଜିତ୍ କୁମାର ଜେନା, ସାମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ବିକାଶ ମହାରଣା, ବନ୍ଦାଳର ପୂର୍ବତନ ସରପଞ୍ଚ ସୌମେନ୍ଦ୍ର ସାମଲ, ଗୋପାଳପୁର ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ଦିବାକର ପଟ୍ଟନାୟକ, ଉଠା ଜଳସେଚନ କଟକ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପଟ୍ଟନାୟକ, କଟକ ଉଠା ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପବିତ୍ର ପରିଡା, ବାଙ୍କୀ ଓ ଆଠଗଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.