ETV Bharat / state

ତଣ୍ତିକଣା ଗ୍ରାମ ଭଗବାନ ସ୍ବାଇଁ ମୃତ୍ୟୁ ମାମଲା, ପ୍ରେସ୍‌ମିଟ୍‌ କରି ନିଜକୁ ନିର୍ଦ୍ଦୋଶ କହିଲେ ସାନଭାଇ - ସାମ୍ବାଦିକ ସମ୍ମିଳନୀରେ ସାନଭାଇ ନାରାୟଣ ସ୍ବାଇଁ

ଜମିଜମାକୁ କେନ୍ଦ୍ରକରି ବଡ଼ଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ନେଇ ସାନଭାଇଙ୍କର ସାମ୍ବାଦିକ ସମ୍ମିଳନୀ । ବଡ଼ଭାଇଙ୍କର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାମ୍ବାଦିକ ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ ସାନଭାଇ ନାରାୟଣ ସ୍ବାଇଁ । ଅଧିକ ପଢ଼ନ୍ତୁ

ସାନଭାଇ ନାରାୟଣ ସ୍ବାଇଁଙ୍କର ସାମ୍ବାଦିକ ସମ୍ମିଳନୀ

author img

By

Published : Jan 9, 2023, 12:50 PM IST

ନିଆଳି: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ ଜମିଜମାକୁ କେନ୍ଦ୍ରକରି ବଡ଼ଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ଘଟଣା । ବଡ଼ଭାଇର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାନଭାଇର ସାମ୍ବାଦିକ ସମ୍ମିଳନୀ । ବ୍ୟବଚ୍ଛେଦ ରିପୋର୍ଟ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ ସାନଭାଇ ନାରାୟଣ ସ୍ବାଇଁ । ଗତ ମାସରେ ଉରାଡ ପଞ୍ଚାୟତ ତଣ୍ତିକଣା ଗ୍ରାମରେ ବଡଭାଇଙ୍କୁ ସାନଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଗତ ଡିସେମ୍ବର ମାସରେ ଗୋବିନ୍ଦପୁର ଥାନାରେ ହୋଇଥିବା ଏତଲା ଅନୁସାରେ ଜମିଜମାକୁ କେନ୍ଦ୍ର କରି ଉରାଡ ପଞ୍ଚାୟତ ତଣ୍ତିକଣା ଗ୍ରାମର ଭଗବାନ ସ୍ବାଇଁ ଏବଂ ତାଙ୍କ ସାନଭାଇ ନାରାୟଣ ସ୍ବାଇଁଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ ହୋଇଥିଲା । ଏହାପରେ ସାନଭାଇ ନାରାୟଣ ବଡଭାଇ ଭଗବାନଙ୍କୁ ହତ୍ୟା କରିଥିବା ନେଇ ଭଗବାନ ସ୍ବାଇଁଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ସହ ତଣ୍ତିକଣା ବ୍ରିଜ ଉପରେ ମୃତଦେହ ରଖି ଗିରଫ ଦାବି କରାଯାଇଥିଲା ।‌ ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବହୁ ବୁଝାସୁଝା ସହ ଅଭିଯୁକ୍ତଙ୍କୁ ଅଟକ ରଖିବା ନେଇ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ।

ଏହାରି ମଧ୍ୟରେ ଏକ ମାସ ବିତି ସାରିଛି । ବଡଭାଇ ଭଗବାନ ସ୍ବାଇଁଙ୍କର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସାନଭାଇ ନାରାୟଣ ସ୍ବାଇଁ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ତାଙ୍କର ଭାଇଙ୍କର ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ସାନଭାଇ ନାରାୟଣ । ସେ କହିଛନ୍ତି, "ରାଜନୈତିକ ଷଡ଼ଯନ୍ତ୍ର ରଖି ମୋତେ ଅଯଥା ବଦନାମ କରାଯାଇଛି ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.