ETV Bharat / state

ମାହାଙ୍ଗାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Feb 18, 2021, 3:58 PM IST

ବିଧବା ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ । ମୃତ ମହିଳା ଜଣକ ଏକୁଟିଆ ରହୁଥିବାବେଳେ କେହି ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

କଟକ: ମାହାଙ୍ଗା ଜୟପୁର ଫାଣ୍ଡି ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଭେଡା ପଞ୍ଚାୟତ ଭେଡା-ସାଲେପୁର ଗାଁ, ପାଟନାଳୀ ଭିତରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ସ୍ଥାନୀୟ ଅଞ୍ଚଳର ଜନୈକା ବିଧବା ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ । ମୃତ ମହିଳା ଜଣକ ଏକୁଟିଆ ରହୁଥିବା ବେଳେ କେହି ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଗତ କିଛିଦିନ ପୂର୍ବରୁ ଏହି ମହିଳାଙ୍କ ସ୍ବାମୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେହିଦିନ ପରଠୁ ମହିଳା ଜଣକ ଏକୁଟିଆ ରହୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.