ETV Bharat / state

Elephant Death: ଆଠଗଡ଼ରେ ଆଖି ବୁଜିଲା ଦନ୍ତା, କାରଣ ଅସ୍ପଷ୍ଟ

author img

By

Published : Jan 15, 2023, 7:16 AM IST

ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ଗତକାଲି ପୁଣି ଆଠଗଡ଼ରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ସେପଟେ ହାତୀ ମୃତ୍ୟୁକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ମାମଲାକୁ ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଅଧିକ ପଢନ୍ତୁ

Athgarh elephant death
Athgarh elephant death
ଆଠଗଡ଼ରେ ଆଖି ବୁଜିଲା ଦନ୍ତା

କଟକ: ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ । ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ସଂଖପୋଇ ଜଙ୍ଗଲ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । କିପରି ହାତୀଟିର ମୃତ୍ୟୁ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ହାତୀଟିର ବୟସ ପାଖାପାଖି ୧୫-୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ହାତୀଟିର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ବିଦ୍ୟୁତ ଯୋଗୁଁ ହାତୀଟିର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଛି ।

ହାତୀ ମୃତ୍ୟୁ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି ହାଇକୋର୍ଟ । ହାତୀ ମୃତ୍ୟୁ ମାମଲା ନେଇ ହୋଇଥିବା ଶୁଣାଣିରେ CCF ମନୋଜ ନାୟାରଙ୍କ ପକ୍ଷରୁ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ୧୪ଟି ହାତୀ କରିଡର ଚିହ୍ନଟ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ତେବେ ଜନ ସୁରକ୍ଷା ଗଜରକ୍ଷା ଯୋଜନା ଅଧୀନରେ ୧୧୭୭ଟି ଗ୍ରାମ ପାଇଁ ୫୪୫୭ ଗଜସାଥୀ ରହିଛନ୍ତି । ଲୋକ ଓ ହାତୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଏହି ଯୋଜନା ଲାଗୁ କରାଯାଇଛି । ଏହା ବ୍ୟତୀତ ବିଦ୍ୟୁତ ଜନିତ ମୃତ୍ୟୁ ରୋକିବା ପାଇଁ ୨୩୫୪କିମି ଅଞ୍ଚଳରେ ସୁରକ୍ଷା କେବୁଲ୍ ଲଗାଯାଇଛି ।

ଏହା ଛଡା ୧୯ଟି ଡିଭିଜନର ୩୨ଟି ରେଞ୍ଜରେ ସର୍ବାଧିକ ହାତୀ ମଣିଷ ଲଢେଇ ହେଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେବେ ବର୍ତ୍ତମାନ ଯାଏଁ ୩୪ଟି ଜଳାଶୟ ସୃଷ୍ଟି କରାଯାଇଥିବା ବେଳେ ୨୬ ଟିର ପୁନରୁଦ୍ଧାର କରାଯାଇଛି । ଏହା ସହ ୪୧ଟି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ୧ ଲକ୍ଷ ବାଉଁଶ ଚାରାରୋପଣ କରାଯାଇଛି ବୋଲି ସତ୍ୟପାଠ ଉଲ୍ଲେଖ କରିଛନ୍ତି CCF । ତେବେ ଆସନ୍ତା ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ପୂର୍ବ ଶୁଣାଣି ସମୟରେ, ପିସିସିଏଫ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । କାହିଁକି ହାତୀ ମୃତ୍ୟୁ ରୋକା ଯାଇପାରୁ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହ ଗତ ୭ ତାରିଖରେ ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପିସିସିଏଫ କୋର୍ଟରେ ସ୍ବୀକାର କରିଥିଲେ ଯେ ବନ କର୍ମଚାରୀ ମାନେ ହାତୀକୁ ମାରି ପୋଡିଛନ୍ତି । ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ବନ କର୍ମଚାରୀ ସାମିଲ ଅଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାହିଁକି FIR ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଏହା ବି ପଢନ୍ତୁ- ହାତୀ ମୃତ୍ୟୁ ରୋକିବାକୁ ୧୪ ଟି ହାତୀ କରିଡର ଚିହ୍ନଟ, ୧୮ ରେ ପରବର୍ତ୍ତୀ ଶୁଣାଣି

ସେହିପରି ଜଏଣ୍ଟ ଟାସ୍କ ଫୋର୍ସ ହାତୀ ମୃତ୍ୟୁ ରୋକିବାରେ କଣ ପଦକ୍ଷେପ ନେଇଛି, ସେନେଇ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର କମୁନାହିଁ ହାତୀ ମୃତ୍ୟୁ। ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଗୁରତ୍ବର ସହ ନେଇଛନ୍ତି। ମୃତୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି ? କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ? ଏବଂ ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି, ସେନେଇ କୋର୍ଟ ଜାଣିବାକୁ ଚାହିଁଥିଲେ ।

ସୂଚନା ଥାଉ କି ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଗତ ଜୁଲାଇ ୨୫ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ। ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.