କଟକ: ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ସଂଜୟ କିଷନ କାଉଲ ଓ ବିଚାରପତି କେଏମ ଜୋସେଫ।
ସୂଚନା ଅନୁସାରେ, ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଯୋଗୁଁ ଓଡିଶା ହାଇକୋର୍ଟରୁ ଆବେଦନକାରୀ ଅନ୍ୟ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ପାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସ୍ଥାନୀୟ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଅନୁମତି ଦେଉନାହାଁନ୍ତି ।
![cuttack](https://etvbharatimages.akamaized.net/etvbharat/prod-images/4777255_copy2.jpg)
ତେବେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଗୁରୁତ୍ବର ସହ ନେବା ସହ ଓଡିଶା ହାଇକୋର୍ଟରେ ଆଗ୍ରହୀ ଆଇନଜୀବୀଙ୍କ ପ୍ରବେଶ ଓ ମାମଲା ପରିଚାଳନା ପାଇଁ କି କି ପଦକ୍ଷେପ ନିଆଯାଇଛି ,ସେ ବିଷୟରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ମାମଲାର ଗୁରୁତ୍ବ ଦୃଷ୍ଟିରୁ ଆସନ୍ତା ଅକ୍ଟୋବର ୨୨ ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
![cuttack](https://etvbharatimages.akamaized.net/etvbharat/prod-images/4777255_copy1.jpg)
କଟକରୁ ନାରାୟଣ ସାହୁ, ଇଟିଭି ଭାରତ