ETV Bharat / state

ଦଳର ବଳ କମିଲେ ଆସନ୍ତି ଛାମୁ: ମହମ୍ମଦ ମୋକିମ

ଆସନ୍ତାକାଲି ସିଲଭର ସିଟିରେ ବାଜିବ ରାଜନୈତିକ ମହାଶଙ୍ଖ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

author img

By

Published : Apr 16, 2019, 7:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଆସନ୍ତାକାଲି ସିଲଭର ସିଟିରେ ବାଜିବ ରାଜନୈତିକ ମହାଶଙ୍ଖ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବାଉନବଜାର ତେପନ ଗଳିରେ କରିବେ ରୋଡ଼ ଶୋ । ଏନେଇ ଉଭୟ ଦଳଙ୍କ ମଧ୍ୟରେ ଦେଖାଦେଇଛି ଖୁସିର ଲହରୀ । କିନ୍ତୁ ଏହି 2 ହେଭିୱେଟଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବାରବାଟୀ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ମୋକିମଙ୍କ କହିବାନୁଯାୟୀ, ଭାଇଚାରା ସହରରେ କଟକରେ କଂଗ୍ରେସର ଉଥାନକୁ ଦେଖି ଭୟଭୀତ ହୋଇଯାଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ସେଥିପାଇଁ ଷ୍ଟାର କ୍ୟାମ୍ପେନର ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଚାହୁଁଛନ୍ତି । ହେଲେ ମହମ୍ମଦ ମୋକିମ ଏକାକି ଓ ସହରବାସୀଙ୍କୁ ନେଇ ପ୍ରଚାର କରିବେ। କାରଣ କଟକ ର ପ୍ରତ୍ୟେକଟି ବ୍ୟକ୍ତି ମୋ ପାଇଁ ହିରୋ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ । ଏହାସହିତ ଦଳର ଯେତେବେଳେ ବଳ କମିଯାଏ ସେତେବେଳେ ଶକ୍ତିପିଣ୍ଡର ଆବଶ୍ୟକତା ପଡିଥାଏ। ଯାହା ଉଭୟ ଦଳ କରୁଛନ୍ତି । କିନ୍ତୁ ଏହି ଗସ୍ତ କଂଗ୍ରେସ ଉପରେ କୌଣସି ବି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ସେ ।

ଦୀର୍ଘ ବର୍ଷ ଧରି କଟକ ବାରବାଟୀ ଆସନରୁ ଦୁରେଇ ରହିଥିବା କଂଗ୍ରେସ ଏହି ୨୦୧୯ ନିର୍ବାଚନରେ କେତେ ସଫଳ ହେଉଛି ତାହା ସମଗ୍ର ଓଡ଼ିଶାରେ ଏକ ପ୍ରକାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

ଦଳର ବଳ କମିଲେ ଆସନ୍ତି ଛାମୁ: ମହମ୍ମଦ ମୋକିମ

କଟକ: ଆସନ୍ତାକାଲି ସିଲଭର ସିଟିରେ ବାଜିବ ରାଜନୈତିକ ମହାଶଙ୍ଖ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବାଉନବଜାର ତେପନ ଗଳିରେ କରିବେ ରୋଡ଼ ଶୋ । ଏନେଇ ଉଭୟ ଦଳଙ୍କ ମଧ୍ୟରେ ଦେଖାଦେଇଛି ଖୁସିର ଲହରୀ । କିନ୍ତୁ ଏହି2 ହେଭିୱେଟଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବାରବାଟୀ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ। 

ମୋକିମଙ୍କ କହିବାନୁଯାୟୀ, ଭାଇଚାରା ସହରରେ କଟକରେ କଂଗ୍ରେସର ଉଥାନକୁ ଦେଖି ଭୟଭୀତ ହୋଇଯାଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ସେଥିପାଇଁ ଷ୍ଟାର କ୍ୟାମ୍ପେନର ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଚାହୁଁଛନ୍ତି । ହେଲେ ମହମ୍ମଦ ମୋକିମ ଏକାକି ଓ ସହରବାସୀଙ୍କୁ ନେଇ ପ୍ରଚାର କରିବେ। କାରଣ କଟକ ର ପ୍ରତ୍ୟେକଟି ବ୍ୟକ୍ତି ମୋ ପାଇଁ ହିରୋ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ । ଏହାସହିତ ଦଳର ଯେତେବେଳେ ବଳ କମିଯାଏ ସେତେବେଳେ ଶକ୍ତିପିଣ୍ଡର ଆବଶ୍ୟକତା ପଡିଥାଏ। ଯାହା ଉଭୟ ଦଳ କରୁଛନ୍ତି । କିନ୍ତୁ ଏହି ଗସ୍ତ କଂଗ୍ରେସ ଉପରେ କୌଣସି ବି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ସେ । 

ଦୀର୍ଘ ବର୍ଷ ଧରି କଟକ ବାରବାଟୀ ଆସନରୁ ଦୁରେଇ ରହିଥିବା କଂଗ୍ରେସ ଏହି ୨୦୧୯ ନିର୍ବାଚନରେ କେତେ ସଫଳ ହେଉଛି ତାହା ସମଗ୍ର ଓଡ଼ିଶାରେ ଏକ ପ୍ରକାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.