ETV Bharat / state

ସହାୟତା ଅପେକ୍ଷାରେ ସୁପାଙ୍କ ପରିବାର, ଭଙ୍ଗା ଦଦରା ଘରେ ବିତୁଛି ଜୀବନ - ସରକାରୀ ସହାୟତା ଅପେକ୍ଷାରେ ୱାଉପଲ୍ଲୀର ସୁପା ସାହୁ

ଭଙ୍ଗା ଦଦରା ଘରେ ରହୁଛନ୍ତି ସୁପା ସାହୁ, ତାଙ୍କ ସ୍ବାମୀ ଓ ଦୁଇ ପୁଅ । କାଦୁଅରେ ଭର୍ତ୍ତି ଘରେ ବିତୁଛି ଜୀବନ । ଗୁହାରି କଲେ ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ । ଅଧିକ ପଢ଼ନ୍ତୁ

ସହାୟତା ଅପେକ୍ଷାରେ ସୁପାସାହୁଙ୍କ ପରିବାର, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

author img

By

Published : Aug 15, 2022, 1:04 PM IST

ନିଆଳି: ଭଙ୍ଗା ଚାଳ ଘରେ ବିତୁଛି ଜୀବନ । ଅଳ୍ପ ବର୍ଷା ହେଲେ ଘର ଭିତରେ ପାଣି ଗଳୁଛି । କାଦୁଅରେ ଭର୍ତ୍ତି ହୋଇଛି ପୂରା ଘର । କଟକ ଜଲ୍ଲାରପୁର ପଞ୍ଚାୟତ ଓ୍ବାଉପଲ୍ଲୀ ଗାଁରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି ସୁପା ସାହୁ(Supa Sahu of Cuttack Waupalli), ତାଙ୍କ ସ୍ବାମୀ ଓ ଦୁଇ ପୁଅ ।

ସହାୟତା ଅପେକ୍ଷାରେ ସୁପାସାହୁଙ୍କ ପରିବାର, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ସ୍ଥିତି ବେହାଲ ରହିଛି । ଏଭଳି ସ୍ଥିତିରେ ନାନା କଷ୍ଟ ଭୋଗୁଛନ୍ତି ସୁପା ସାହୁଙ୍କ ପରିବାର । ନାନା ସରକାରୀ ଯୋଜନା ଥିବା ସତ୍ତ୍ବେ ସୁପା ସାହୁଙ୍କୁ ଖଣ୍ଡେ ପକ୍କା ଘର ମିଳି ପାରୁନାହିଁ । ଏହାଛଡ଼ା ଅନ୍ୟାନ ଯୋଜନାରେ ମଧ୍ୟ ସୁପା ସାହୁ ସାମିଲ ହୋଇପାନଥିବା ଅଭିଯୋଗ ହୋଇଛି । ସେପଟେ ସହୟତା ନପାଇ ଓଳିଏ ଖାଇଲେ ଓଳିଏ ଓପାସରେ ରହୁଛନ୍ତି ।

ସୁପାସାହୁଙ୍କ ସ୍ବାମୀ ହରି ସାହୁ ଜଣେ ମାନସିକ ରୋଗୀ । ଅନେକ ଥର ବିଭିନ୍ନ ଯୋଜନାରେ ସାମିଲ ହେବା ନେଇ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫନି ବାତ୍ୟା ପରେ ସୁପା ସାହୁଙ୍କ ଘର ଭାଙ୍ଗି ଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କୌଣସି ସହାୟତା ମିଳିପାରିନାହିଁ । ଯଥାଶୀଘ୍ର ତାଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ପକ୍କା ଘର ପାଇଁ ବିଲ୍‌ କରାଇବାକୁ ପ୍ରଶାସନ ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.