ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ସଂଗଠନର ବିକ୍ଷୋଭ - ଏସୟୁସିଆଇ (କମ୍ୟୁନିଷ୍ଟ)ର ମହିଳା ସଂଗଠନ

ନାରୀ ନିର୍ଯାତନା, ମଦ ବିକ୍ରି, ଅଶ୍ଲିଳତା ଓ ନଗ୍ନତାର ବ୍ୟାପକ ପ୍ରଚାର ପ୍ରସାର ବନ୍ଦ ଦାବିରେ ଏସୟୁସିଆଇ ମହିଳା ସଂଗଠନର ବିକ୍ଷୋଭ ପ୍ରଦର୍ଶନ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ।

suci-women-origanisation-protest-in-front-of-cuttack-collectorate
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 29, 2019, 9:40 PM IST

କଟକ: ନାରୀ ନିର୍ଯାତନା, ମଦ ବିକ୍ରି, ଅଶ୍ଲିଳତା ଓ ନଗ୍ନତାର ବ୍ୟାପକ ପ୍ରଚାର ପ୍ରସାର ବନ୍ଦ କରିବା ପାଇଁ ଦାବି କରିଛନ୍ତି ଏସୟୁସିଆଇ ମହିଳା ସଂଗଠନ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ମହିଳା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ରାଜ୍ୟରେ ଦିନକୁ ଦିନ ପାଣିର ସମସ୍ୟା ବଢି ଚାଲିଛି କିନ୍ତୁ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାଁନ୍ତି । ରାଜ୍ୟରେ ମଦର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସରକାର ଲାଇସେନ୍ସ ପ୍ରଦାନ କରୁଛନ୍ତି । ଯାହା ଫଳରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସଂଗଠନ ଅଭଯୋଗ କରିଛି ।

ଏହା ବ୍ୟତିତ ସାମାଜିକ ଗଣମାଧ୍ୟମରେ ଅଶ୍ଲୀଳତାକୁ ବନ୍ଦ କରିବାକୁ ମଧ୍ୟ ଦାବି କରିଛି ମହିଳା ସଂଗଠନ । ଇଣ୍ଟରନେଟରେ ବୃଦ୍ଧି ପାଉଥିବା ଅଶ୍ଲୀଳତା ଯୋଗୁଁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି । ଅଶ୍ଲୀଳତା ଉପରେ ରୋକ ଲଗାଯାଉ ଓ ଏହା ଦ୍ବାରା ଛୋଟ ଛୋଟ ପିଲାମାନେ ପ୍ରଭାବିତ ହେଉଥିବା ମହିଳା ସଂଗଠନ ଅଭିଯୋଗ କରିଛି । ଏନେଇ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମଦ ବିକ୍ରି ବନ୍ଦ କରିବା କୁ ଦାବି କରିଛି ଏସୟୁସିଆଇ ମହିଳା ସଂଗଠନ।ଆଜି ଶତାଧିକ ମହିଳା କର୍ମୀମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।ରାଜ୍ୟରେ ପିଇବା ପାଣିର ସମସ୍ୟା ଥିବାବେଳେ ସରକାର ମଦ ବିକ୍ରି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।ଜାହାଫଳରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି।କେବଳ ସେତିକି ନୁହେଁ ଇଣ୍ଟରନେଟ ରେ ଅଶ୍ଲୀଳତା କୁ ବନ୍ଦ କରିବାକୁ ମଧ୍ୟ ଦାବି କରିଛି ଏହି ମହିଳା ସଂଗଠନ।ଇଣ୍ଟରନେଟ ରେ ଅଶ୍ଲୀଳତା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଛୋଟ ଛୋଟ ପିଲା ମାନେ ଏହାଦ୍ୱାରା ପ୍ରଭାବିତ ହେଉଥିବା ଏହି ମହିଳା ସଂଗଠନ ଅଭିଯୋଗ କରିଛି।ଏନେଇ ଆଜି କଟକ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି।

ବାଇଟ - ଟିକା ସାମଲ,ସଭାନେତ୍ରୀ ,ଏସୟୁସିଆଇ ମହିଳା ସଂଗଠନ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.