ETV Bharat / state

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଗର୍ଜିଲା SUCI

author img

By

Published : Dec 15, 2022, 8:50 AM IST

ପେଟ୍ରୋଲ ଡିଜେଲ ଦର ହ୍ରାସ ନେଇ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ବିକ୍ଷୋଭ କଲା SUCI । ଅଧିକ ପଢନ୍ତୁ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଗର୍ଜିଲା SUCI
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଗର୍ଜିଲା SUCI
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଗର୍ଜିଲା SUCI

କଟକ: ପେଟ୍ରୋଲ ଡିଜେଲ ଦର ହ୍ରାସ ନେଇ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗର୍ଜିଲା SUCI । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ଲଗାତାର ଭାବରେ ହ୍ରାସ ପାଉଥିଲେ ମଧ୍ୟ ଦେଶର ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରାଯାଉନାହିଁ । ଆନ୍ଦୋଳନକାରୀ କହିଛନ୍ତି ଯେ, ‘‘କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଶି ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ପରିମାଣରେ ଭାଟ୍ ଆଦାୟ କରି ଜନସାଧାରଣଙ୍କୁ ସ୍ପଷ୍ଟ ଦିବାଲୋକରେ ଲୁଣ୍ଠନ କରୁଛନ୍ତି । ’’

‘‘ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ଫଳରେ ସମସ୍ତ ପ୍ରକାର ଖାଉଟି ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ପରିବହନ ଓ ଗମନାଗମନ ପାଇଁ ଅଧିକ ବ୍ୟୟ କରିବାକୁ ପଡୁଛି । ସାଧାରଣଲୋକଙ୍କ ପକ୍ଷରେ ପରିବାର ଚଳାଇବା ଅସମ୍ଭବ ହୋଇପଡୁଛି ।’’ ଏଭଳି ପରିସ୍ଥିତିରେ ତୁରନ୍ତ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବା ଦାବିରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ଆହ୍ବାନରେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ତୈଳ ଦର କମ କରାନଯାଇ ଦିନ ଦ୍ବିପ୍ରହରରେ ସାଧାରଣ ଜନତାଙ୍କଠାରୁ ଲୁଟ ହେଉଛି । ଆମେ ଦାବି କରୁଛୁ ରାଜ୍ୟରେ ତୈଳ ଦରକୁ ହ୍ରାସ କରାଯାଉ । ବର୍ତ୍ତମାନ ଯାହା ତେଲ ଦର ରହିଛି ଗରିବ ଖଟିଖିଆ ଦିନ ମଜୁରିଆଙ୍କ ପକେଟକୁ ବାଧୁଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ କର ନେଉଛନ୍ତି । ଯାହାର ପରିଣାମ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି । ସେମାନେ କର କମ ନେବା ସହିତ ପେଟ୍ରୋଲ ଦର ହ୍ରାସ କରିବାକୁ ଆମେ ଦାବି କରୁଛୁ ବୋଲି କହିଛନ୍ତି ବିଶ୍ବାବସୁ ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.