କଟକ: କଟକ ମହାନଗର ନିର୍ବାଚନରେ ବବିବଳବନ୍ତ ରାୟ ହେଲେ ଏସୟୁସିଆଇ ମେୟର ପ୍ରାର୍ଥିନୀ । ଏନେଇ ଆଜି ମେୟର ପ୍ରାର୍ଥୀ ଘୋଷଣା କରିଛି ଏସଆଇସିୟୁ । କଟକ ମହାନଗର ନିର୍ବାଚନରେ ଏସଆଇସିୟୁ କେବଳ ମେୟର ପ୍ରାର୍ଥୀ ପାଇଁ ଲଢ଼ିବ। କୌଣସି କର୍ପୋରେଟର ପାଇଁ ଦଳ ପ୍ରାର୍ଥୀ ଦେବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ଏସଆଇସିୟୁ ।
ସେହିପରି ସହରର ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବି ବୋଲି ମେୟର ପ୍ରାର୍ଥିନୀ କହିଛନ୍ତି । ସହରର ସମସ୍ୟାକୁ ନେଇ ଦଳ ସବୁବେଳେ ଆନ୍ଦୋଳନ କରିଛି । ତେବେ ଲୋକମାନେ ଏସୟୁସିଆଇ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଦଳ ଆଶାବାଦୀ ରହିଛି । ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହେବ ପୌର ନିର୍ବାଚନ । ଏଥିପାଇଁ କଟକରେ ଗତକାଲି(ବୁଧବାର)ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ