ETV Bharat / state

pariksha pe charcha: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ଗୁରୁମନ୍ତ୍ର ଦେଲା ଅସୀମ ଉଦ୍ଦୀପନା - ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ

ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ କାର୍ଯ୍ୟକ୍ରମରେ କଟକର ବିଭିନ୍ନ ସ୍କୁଲ ସାମିଲ ହୋଇଛନ୍ତି । ଏଥିରେ ସଫଳତାର ସହ ପରୀକ୍ଷାର୍ଥୀମାନେ କିଭଳି ସେମାନଙ୍କ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେନେଇ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଅନେକ କଥା ଶିଖିବାକୁ ମିଳିଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢ଼ନ୍ତୁ

ପରୀକ୍ଷା ପେ ଚର୍ଚ୍ଚା ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

author img

By

Published : Jan 27, 2023, 4:49 PM IST

ପରୀକ୍ଷା ପେ ଚର୍ଚ୍ଚା ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

କଟକ: ଆରମ୍ଭ ହେବାକୁ ଯାଉଛି ପରୀକ୍ଷା ଋତୁ । ଛାତ୍ରଛାତ୍ରୀମାନେ ଭୟମୁକ୍ତ ଓ ଚାପମୁକ୍ତ ହୋଇ କିଭଳି ପରୀକ୍ଷା ଦେବେ ସେନେଇ ପରୀକ୍ଷା ପେ ଚର୍ଚ୍ଚାରେ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫଳତାର ସହ ପରୀକ୍ଷାର୍ଥୀମାନେ କିଭଳି ସେମାନଙ୍କ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେନେଇ ପରାମର୍ଶ ଦେଇଛନ୍ତି । ତେବେ ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣ କାର୍ଯ୍ୟକ୍ରମରେ କଟକର ବିଭିନ୍ନ ସ୍କୁଲ ସାମିଲ ହୋଇଛନ୍ତି । ବିଶେଷକରି କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ରଛାତ୍ରୀ ।

ଏହି କାର୍ଯ୍ୟକ୍ରମରେ ପରୀକ୍ଷାର ଚିନ୍ତା ଛାଡିବା ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଛାତ୍ରଛାତ୍ରୀ ସମସ୍ତ ଲକ୍ଷ୍ୟ ପୂରଣରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ଅଭିଭାବକଙ୍କ ସହ କଥା ହୋଇଛନ୍ତି । ପରୀକ୍ଷା ପୂର୍ବରୁ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ବାସ ବଢାଇବା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ଆଜି ଦୂରଦର୍ଶନ, ରେଡିଓ ଚ୍ୟାନେଲ, ଡିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଛି । ଶେଷ ଥର ପାଇଁ ଗତବର୍ଷ ଅପ୍ରେଲ 1 ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅବଭାବକଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥର ଏହି କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ନବମରୁ ଦ୍ବାଦଶ ଶ୍ରେଣୀର ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ତେବେ ଏହି ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀଙ୍କ କଥା ବେଶ ହୃଦୟସ୍ପର୍ଶୀ ଓ ତାଙ୍କର ଦୁଇଟି କଥା ଆମ ମାନଙ୍କ ଜୀବନରେ ଏକ ନୂତନ ବାର୍ତ୍ତା ଅଣିଦେଇଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଜୀବନରେ ପରୀକ୍ଷାର ଅନ୍ତ ନାହିଁ । ଆଉ ଯେଉଁମାନେ କପି କରି ଅଧିକ ନମ୍ବର ରଖୁଛନ୍ତି ସେମାନେ ପରୀକ୍ଷାରେ ଭଲ ରଖୁଛନ୍ତି କିନ୍ତୁ ଜୀବନରେ ବିଫଳ ହେବା ସ୍ବଭାବିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ଛାତ୍ରଛାତ୍ରୀଙ୍କ ପାଠ ପ୍ରତି ଭଲ ପାଇବାକୁ ଆହୁରି ଦ୍ବିଗୁଣିତ କରିଛି । ଅନ୍ୟପଟେ ଅଭିଭାବକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚାରେ ଅନେକ କଥା ଶିଖିବାକୁ ମିଳିଥିବା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.