ETV Bharat / state

ASO ପରୀକ୍ଷା ଫଳକୁ ନେଇ ତାତିଲେ ପରୀକ୍ଷାର୍ଥୀ, ସ୍ପଷ୍ଟୀକରଣ ରଖିଲେ OPSC ସଚିବ

author img

By

Published : Nov 10, 2022, 7:07 PM IST

ASO ପରୀକ୍ଷା ଫଳକୁ ନେଇ ତାତିଲେ ପରୀକ୍ଷାର୍ଥୀ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳରେ ତୃଟିଥିବା ଅଭିଯୋଗ ଆଣି ଲୋକସେବା ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ । ଅଭିଯୋଗକୁ ଭିତ୍ତି ହୀନ କହିଲେ OPSC ସଚିବ । ଅଧିକ ପଢନ୍ତୁ

ASO ପରୀକ୍ଷା ଫଳକୁ ନେଇ ତାତିଲେ ପରୀକ୍ଷାର୍ଥୀ
ASO ପରୀକ୍ଷା ଫଳକୁ ନେଇ ତାତିଲେ ପରୀକ୍ଷାର୍ଥୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (OPSC)ଙ୍କ ଦ୍ବାରା ଆୟୋଜିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ASO) ପଦବୀ ପାଇଁ କିଛିଦିନ ପୂର୍ବେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କିନ୍ତୁ ପରୀକ୍ଷାରେ ବ୍ୟାପକ ତୃଟିଥିବା ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ । ପରୀକ୍ଷା ପରେ କଟ ଅଫ ମାର୍କ, ମାର୍କ ସିଟ ଆସିବାରେ ବିଳମ୍ବ, ଏପରିକି ପରୀକ୍ଷା ହଲରେ ଖାତା ଖୋଲି ନଥିବା ପିଲାବି ପାସ କରିଥିବା ଅଭିଯୋଗ କରିଛନ୍ତି ଶହଶହ ଛାତ୍ରଛାତ୍ରୀ । ଏନେଇ ଆଜି ଧାରଣାକୁ ଓହ୍ଲାଇଛନ୍ତି ଏଏସଓ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ । କଟକ ଲୋକସେବା ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ASO ପରୀକ୍ଷା ଫଳକୁ ନେଇ ତାତିଲେ ପରୀକ୍ଷାର୍ଥୀ

ପରୀକ୍ଷାର୍ଥୀ ଧାରଣା ଦେବା ସହ ଓପିଏସି ଅଧ୍ଯକ୍ଷ ସିଧାସଳଖ ଆସି ଆମମାନଙ୍କୁ ଭେଟନ୍ତୁ । ଏଥିସହିତ ଆମ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ପରୀକ୍ଷାର୍ଥୀ । ଅନ୍ୟପଟେ ଲୋକ ସେବା ଆୟୋଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଆନ୍ଦୋଳନ ରତ ଜଣେ ଛାତ୍ର କହିଛନ୍ତି, ''ଆମର ଗୋଟିଏ ଦାବି ରହିଛି , ଯେହେତୁ କନଷ୍ଟିଚ୍ୟୁସନାଲ ବଡିର ହେଡ ହେଉଛନ୍ତି ସତ୍ୟଜିତ ସାର, ସେ ଆମକୁ ଭେଟନ୍ତୁ । ଆମ ଅଭିଯୋଗ ସେକ୍ରେଟେରୀଙ୍କୁ ଦେଲୁ ସେ କହିଲେ ଯେ, ବ୍ୟକ୍ତି ଗତ ଭାବରେ ଆମେ ଏହାକୁ ପ୍ଲେସ କରିଦେବୁ କିନ୍ତୁ ଚେୟାରମ୍ୟାନ ନିଷ୍ପତ୍ତି ନେବେ । ଆମର କହିବା କଥା ହେଲେ ଚେୟାରମ୍ୟାନଙ୍କ ଉପରେ ଆମର ବିଶ୍ବାସ ଅଛି, ସେ ଯଦି ଅଭିଯୋଗ ଆଣିଥିବା ପିଲାଙ୍କୁ ଭେଟି ଅଭିଯୋଗ ଶୁଣନ୍ତୁ ଓ ଏହାର ତଦନ୍ତ କରନ୍ତୁ, ତଦନ୍ତ ପରେ ସତ ସାମ୍ନାକୁ ଆସିବ । ପ୍ରଥମ ଦାବି ଚେୟାରମ୍ୟାନ ସାର ଆମକୁ ଭେଟନ୍ତୁ । ''

ଏନେଇ ପ୍ରତିକ୍ରିୟା ରଖିଛନ୍ତି OPSC କର୍ତ୍ତୃପକ୍ଷ,'' ଛାତ୍ର ଛାତ୍ରୀଙ୍କ ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତି ହୀନ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । କଟଅଫ ମାର୍କ ଏବଂ ଉତ୍ତର ଖାତା ନିର୍ଦ୍ଧାରିତ ସମୟରେ କମିଶନଙ୍କ ପକ୍ଷରୁ ପ୍ରକାଶିତ କରାଯିବ ବୋଲି OPSC ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି । ତେବେ ଏ ସମ୍ପର୍କରେ ବିଜ୍ଞପ୍ତିରେ ପୂର୍ବରୁ ସ୍ପଷ୍ଟ କରାଯାଇ ଥିଲା ବୋଲି ସଚିବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ASO Exam Result: ଅସନ୍ତୋଷ ଆଶାୟୀ ପରୀକ୍ଷାର୍ଥୀ, ଉତ୍ତରଖାତା ଡିଜିଟାଲରେ ପ୍ରକାଶ ପାଇଁ ଦାବି

ଏହା ପୂର୍ବରୁ ଗତ ନଭେମ୍ବର ୮ତାରିଖରେ ଭୁବନେଶ୍ବରରେ କିଛି ପରୀକ୍ଷାର୍ଥୀ ଧାରଣାରେ ବସିଥିଲେ । ତୃଟିପୂର୍ଣ୍ଣ ପ୍ରଶ୍ନ ସହ ଗୋଟିଏ ପ୍ରଶ୍ନ ଦୁଇଥର ଆସିଥିବାର ଅଭିଯୋଗ କରିଥିଲେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ । ଆଶାୟୀ ପରୀକ୍ଷାର୍ଥୀ କଟ ଅଫ ଏବଂ ଉତ୍ତର ଖାତାକୁ ଡିଜିଟାଲ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିବାକୁ ଦାବି କରିଥିଲେ । ଓପିଏସସିରେ ବଡ଼ ଧରଣର ଦୁର୍ନୀତି ହୋଇଥିବାର ଅଭିଯୋଗ କରିବା ସହ ତଦନ୍ତ ଦାବି କରିଥିଲେ ଏଏସଓ ପରୀକ୍ଷା ଦେଇଥିବା ଆଶାୟୀ ଛାତ୍ରଛାତ୍ରୀ । ନଭେମ୍ବର ୭ ତାରିଖରେ ଏଏସଓ ପଦବୀ ପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ୧୧୦୪ ଜଣଙ୍କ ଲିଷ୍ଟ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.