ETV Bharat / state

ସନ୍ତରଣ ବେଳେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ

author img

By

Published : Dec 11, 2022, 11:42 AM IST

Updated : Dec 11, 2022, 5:16 PM IST

ମହାନଦୀର ଯୋବ୍ରା ବ୍ୟାରେଜ୍‌ ନିକଟରେ ସନ୍ତରଣ ଶିଖୁଥିବା ବେଳେ ଅଘଟଣ । ଯୋବ୍ରା ଆନିକଟରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ହେଲେ ପୂର୍ବଗଛ ଅଞ୍ଚଳର ସୋହେଲ ଖାନ । ଅଧିକ ପଢନ୍ତୁ

ମହାନଦୀରେ ବୁଡି ଯୁବକ ମୃତ
ମହାନଦୀରେ ବୁଡି ଯୁବକ ମୃତ
ମହାନଦୀରେ ବୁଡି ଯୁବକ ମୃତ

କଟକ: ଯୋବ୍ରା ଆନିକଟରେ ବୁଡି ଛାତ୍ର ମୃତ । ନୌକାଚାଳନା ଓ ସନ୍ତରଣ ଅଭ୍ୟାସ ବେଳେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ ଯୁବକ । ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ଜଗତପୁର ଥାନାରେ ପୂର୍ବଗଛ ଅଞ୍ଚଳର ସୋହେଲ ଖାନ ।

ସୂଚନାଅନୁସାରେ, ଆଜି(ରବିବାର) ଏକ ଘରୋଇ ସଂସ୍ଥାର 50ରୁ ଅଧିକ ଛାତ୍ର ସୁଇମିଂ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିଲେ । ସେଠାରେ ସନ୍ତରଣ ଶିଖୁଥିବା ବେଳେ ସୋହେଲ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଖବରପାଇ ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର, ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ତେବେ ବହୁ ଖୋଜାଖୋଜି ପରେ ସାହେଲଙ୍କୁ ପାଇଥିଲେ ଅଗ୍ନିଶମ ବାହିନୀ ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ଉଦ୍ଧାରକରି ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରାଯାଇଥିବା କଥା କହିଛନ୍ତି ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ।

ଏହି ଘଟଣାକୁ ନେଇ ମୃତ ଛାତ୍ରଙ୍କ ବାପା କହିଛନ୍ତି," ଘରୁ ୫.୩୦ ରେ ମୋ ପୁଅ ବାହାରି ଆସିଥିଲା । ମୋ ପୁଅର ଖେଳ, ସୁଇମିଂରେ ଅଧିକା ରୁଚି ଥିଲା । ସୁଇମିଂ କରି ଆଗକୁ ଯାଇଥିଲା ହେଲେ ଆଉ ଫେରିପାରି ନଥିଲା । ବଞ୍ଚାଇବା ପାଇଁ ମୋ ପୁଅ ହାତ ଠାରି ଡାକିଲା । କିନ୍ତୁ କେହି ସାହାଯ୍ୟ କରିପାରିଲେ ନାହିଁ । ବୁଡିବାର ଅଢେଇ ଘଣ୍ଟା ପରେ ଉଦ୍ଧାର କରାଗଲା । ସେତେବେଳକୁ ମୋ ପୁଅ ଆଉ ନଥିଲା ।"

ଇଟିଭି ଭାରତ, କଟକ

Last Updated : Dec 11, 2022, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.